ଓଡ଼ିଶାଲାଇଭ ବ୍ୟୁରୋ

ଘରଭଡ଼ା ଟଙ୍କାକୁ ନେଇ ପୁଅବୋହୂଙ୍କ ଆକ୍ରମଣର ଶିକାର ହୋଇଛନ୍ତି ବୃଦ୍ଧ। ଏପରି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘସିପୁରା ଅଞ୍ଚଳରେ। ପୁଅବୋହୂ ମାଡ଼ରେ ଆହତ ହୋଇଥିବା ବୃଦ୍ଧଙ୍କ ନାମ ବଳରାମ ସାହୁ। ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

କିଛିଦିନ ହେବ ବଳରାମଙ୍କ ତିନିପୁଅ ଓ ବଳରାମଙ୍କ ମଧ୍ୟରେ ଘରଭଡ଼ା ଟଙ୍କାକୁ ନେଇ ଝଗଡ଼ା ଲାଗି ରହିଥିଲା। ଏନେଇ ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା। ହେଲେ ପରେ ଆପୋଷ ବୁଝାମଣାରେ ଘଟଣାର ସମାଧାନ ହୋଇଥିଲା।

ହେଲେ ଆଜି ସକାଳେ ସେହି ଘରଭଡ଼ା ଟଙ୍କାକୁ ନେଇ ମଝିଆ ପୁଅ ଭୀମ ଓ ବୋହୂ ତିଳୋତ୍ତମା ବଳରାମଙ୍କୁ ଘରୁ ଘୋଷାଡ଼ିଆଣି ଥଲେ। ପରେ ଏକ ବାଉଁସରେ ପୁଅବୋହୂ ବାଡ଼େଇଥିଲେ। ଏଥିରେ ବଳରାମଙ୍କ ମୁଣ୍ଡ ଫାଟି ଯାଇଥିଲା। ପରେ ବଳରାମଙ୍କୁ ଗୁରୁତର ଅବସ୍ଥାରେ ବଡ଼ ପୁଅ ମୁରଲୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

Comment