ଓଡ଼ିଶାଲାଇଭ ବ୍ୟୁରୋ


ବନ୍ୟାରେ ବେହାଲ ହୋଇଛି କର୍ଣ୍ଣାଟକର ବିଭିନ୍ନ ଜିଲ୍ଲା। ଅଧିକ ପ୍ରଭାବିତ ହୋଇଥିବା ଜିଲ୍ଲା ହେଉଛି ବେଲଗାମ। ଯେଉଁଠି ବନ୍ୟାର ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ବନ୍ୟାପାଣିରେ ବୁଡ଼ିଯାଇଥିବା ଏକ ଘରର ଛାତ ଉପରେ ଏକ କୁମ୍ଭୀର ବସିଥିବାର ଦୃଶ୍ୟ ଦେଖାଯାଉଛି। ଏହାକୁ ଟୁଇଟରରେ ସେୟାର କରିଛନ୍ତି ଟି ରାଘବନ ନାମକ ଜଣେ ବ୍ୟକ୍ତି।

୧୫ ସେକେଣ୍ଡର ଏହି ଭିଡିଓରେ ୧୦ ଫୁଟ ଲମ୍ଵର ଏକ କୁମ୍ଭୀର ଘରର ଛାତ ଉପରେ ବସିଥିବାର ଦେଖାଯାଇଛି। ଏହାକୁ ସ୍ଥାନୀୟ ଲୋକ କ୍ୟାମେରାରେ କଏଦ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ।

ଏହି ଘଟଣାର ଖବର ପାଇବା ପରେ ବନ ବିଭାଗ କୁମ୍ଭୀରକୁ ଉଦ୍ଧାର କରିବାକୁ ଘଟଣାସ୍ଥଳରେ ପହଞ୍ଚିଥିଲା। ହେଲେ ଏହାପୂର୍ବରୁ କୁମ୍ଭୀରଟି ସେଠାରୁ ଗାଏବ ହୋଇଯାଇଥିଲା। କାରଣ ସ୍ଥାନୀୟ ଲୋକ କମ୍ଭୀର ଉପରକୁ ଟେକା ପଥର ଫୋପାଡ଼ିଥିଲେ।

ଏହିପରି ଆଉ ଏକ ଘଟଣା ଗୁଜୁରାଟର ବଡୋଦରାରେ ମଧ୍ୟ ଦେଖାଯାଇଥିଲା। ବନ୍ୟା ଜଳରେ ଏକ କୁମ୍ଭୀର ଥିବାର ଭିଡିଓ ଭାଇରାଲ ହୋଇଥିଲା।

LEAVE A REPLY

Please enter your comment!
Please enter your name here