ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାକିସ୍ତାନର ବାଲାକୋଟ୍‌ରେ ଏୟାର ଷ୍ଟ୍ରାଇକ୍‌ କରିଥିବା ଭାରତୀୟ ବୟୁସେନାର ୫ ପାଇଲଟ୍‌ଙ୍କୁ ମିଳିବ ବାୟୁସେନା ମେଡାଲ। ଗତ ଫେବ୍ରୁଆରି ୨୬ ତାରିଖରେ ଏହି ୫ ପାଇଲଟ୍‌ ବାଲାକୋଟ୍‌ର ଜୈସ୍‌-ଇ-ମହମ୍ମଦ ଆତଙ୍କବାଦୀ କ୍ୟାମ୍ପ୍‌ ଉପରେ ବମ୍‌ ବର୍ଷା କରି କ୍ୟାମ୍ପ୍‌କୁ ଧ୍ଵଂସ କରିଦେଇଥିଲେ।

ଏହି ୫ ପାଇଲଟ୍‌ ହେଲେ ୱିଙ୍ଗ୍ କମାଣ୍ଡର ଅମିତ୍‌ ରଞ୍ଜନ, ସ୍କ୍ୱାଡ୍ରନ୍ ଲିଡର ରାହୁଲ ବିଷୋୟା, ପଙ୍କଜ ଭୁଜଦେ, ବିକେଏନ୍‌ ରେଡ୍ଡୀ ଏବଂ ଶଶାଙ୍କ ସିଂହ। ଭାରତୀୟ ବାୟୁସେନାର ଏହି ବୀର ଯବାନଙ୍କୁ ସ୍ୱାଧୀନତା ଦିବସ ଅବସରରେ ବାୟୁସେନା ମେଡାଲ ପ୍ରଦାନ କରାଯିବ।

ଗତ ଫେବ୍ରୁଆରି ୧୪ରେ ଜମ୍ମୁ କଶ୍ମୀରର ପଲୱାମାରେ ଘଟିଥିବା ଆତଙ୍କି ହମ୍‌ଲାରେ ଭାରତର ୪୪ ସିଆରପିଏଫ୍‌ ଯବାନ ସହିଦ ହୋଇଥିଲେ। ଏହାର ମୁଖ୍ୟ ଅଭିଯୁକ୍ତ ଥିଲା ଜୈସ୍‌-ଇ-ମହମ୍ମଦ ଆତଙ୍କି ସଂଗଠନ। ପଲୱାମା ହମ୍‌ଲାର ଠିକ୍‌ ୭ ଦିନ ପରେ ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନର ବାଲାକୋଟ୍‌ରେ ଥିବା ଜୈସ୍‌ ଆତଙ୍କି କ୍ୟାମ୍ପ ଉପରେ ଏୟାର ଷ୍ଟ୍ରାଇକ୍‌ ଜରିଆରେ ବମ୍‌ ବର୍ଷା କରାଯାଇଥିଲା। ଏଥିରେ ଶହ ଶହ ଆତଙ୍କି ନିହତ ହୋଇଥିଲେ।

Comment