ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଲାକୋଟରେ ପୁଣି ଚାଲିଲାଣି ଆତଙ୍କବାଦୀଙ୍କ କାରଖାନା। ଏନେଇ ସୂଚନା ଦେଇଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାଓ୍ୱତ। ବାଲାକୋଟରେ ଭାରତର ଏୟାର ଷ୍ଟ୍ରାଇକ ପରେ  ଜେଶ ଏ ମହମ୍ମଦର ଆଡ୍ଡା ଧ୍ୱସ୍ତ ବିଧ୍ୱସ୍ତ ହୋଇଥିଲା। ଏବେ ପୁଣି ପାକ୍ ସେନା ସହାୟତାରେ ଏହି କାରଖାନା କାର୍ଯ୍ୟକ୍ଷମ ହେଲାଣି ବୋଲି ରାଓ୍ୱତ କହିଛନ୍ତି।

ସେ ଆହୁରି କହିଛନ୍ତି,‘‘ସୀମାରେ ଉତ୍ତେଜନା ବଢ଼ାଇବାକୁ ବାରମ୍ବାର ଚେଷ୍ଟା କରୁଛି ପାକିସ୍ତାନ। ଅସ୍ତ୍ରବିରତୀ ଉଲ୍ଲଙ୍ଘନ କରି ଭାରତକୁ ଆତଙ୍କବାଦୀ ଅନୁପ୍ରବେଶ କରାଇବାକୁ ଲଗାତର ଉଦ୍ୟମ ଚଳାଇଛି ପାକିସ୍ତାନ। ହେଲେ ଭାରତୀୟ ସେନା ପାକର ଏହି ଉଦ୍ୟମକୁ ସଫଳ ହେବାକୁ ଦେଇ ନାହାନ୍ତି’’।

ବିଗତ ଦିନମାନଙ୍କରେ ସବୁଠୁ ଅଧିକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛି ସେନା। ସେହିପରି ଧାରା ୩୭୦ ହଟିବା ପରେ କଶ୍ମୀରରେ ସ୍ଥିତି ସୁଧୁରିଛି ବୋଲି ଚେନ୍ନାଇରେ ଭାରତୀୟ ସେନାର  ୟଙ୍ଗ୍‌ ଲିଡର ଟ୍ରେନିଂ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ରାଓ୍ୱତ କହିଛନ୍ତି।

କଶ୍ମୀରରେ ଯେମିତି କୌଣସି ଅପ୍ରୀତିକର ଘଟଣା ନଘଟେ ସେଥିପ୍ରତି ଯବାନମାନେ ସଜାଗ ଅଛନ୍ତି।

Comment