ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ବାୟୁସେନା ବାଲାକୋଟସ୍ଥିତ ଜୈଶ ଏ ମହମ୍ମଦ ଆତଙ୍କବାଦୀଙ୍କ କ୍ୟାମ୍ପରେ ଏୟାରଷ୍ଟ୍ରାଇକ କରି ନିଜର ଶକ୍ତି ପ୍ରଦର୍ଶନ କରିଛି। ଏହାକୁ ପୁଲୱାମା ଆକ୍ରମଣର ପ୍ରତିଶୋଧ ବୋଲି କୁହାଯାଉଛି।

ପ୍ରତିଶୋଧ ନେବାପାଇଁ ୧୨ଦିନରୁ ଯୋଜନା ଚାଲିଥିବା ଜଣାପଡ଼ିଛି। କେବେ ଓ କେଉଁଠି  ଆକ୍ରମଣ କରାଯିବ ସେନେଇ ଯୋଜନା ଚାଲିଥିଲା। ଏହାର ସୂଚନା କେବଳ ୭ଜଣଙ୍କୁ ହିଁ ଜଣାଥିଲା।

ସେହି ୭ ଜଣଙ୍କ ମଧ୍ୟରେ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ତିନି ସେନାମୁଖ୍ୟ ତଥା, ସ୍ଥଳସେନା ମୁଖ୍ୟ ବିପିନ ରାୱତ, ନୌସେନା ମୁଖ୍ୟ ସୁନିଲ ଲାମ୍ବା, ବିରେନ୍ଦ୍ର ସିଂହ ଧନୋଆ।

ଏମାନଙ୍କ ବ୍ୟତୀତ ଇଣ୍ଟେଲିଜେନ୍ସ ଏଜେନ୍ସିର ଦୁଇ ମୁଖ୍ୟ ମଧ୍ୟ ସାମିଲ ଥିଲେ।

Comment