ଓଡ଼ିଶାଲାଇଭ୍‌ ବ୍ୟୁରୋ

abhinandan

ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ହିରୋ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କୁ ଭାରତୀୟ ବାୟୁସେନା ସମ୍ମାନିତ କରିବ। ଗତ ଫେବ୍ରୁଆରୀ ୨୭ ଏୟାର ଷ୍ଟ୍ରାଇକ୍‌ରେ ପାକିସ୍ତାନର ଏଫ୍‌-୧୬ ବିମାନକୁ ମାରି ଖସାଇଥିବାରୁ ଅଭିନନ୍ଦନଙ୍କ ନେତୃତ୍ୱାଧିନ ୫୧ ସ୍କ୍ୱାଡ୍ରନକୁ ବାୟୁସେନା ଅଧ୍ୟକ୍ଷ ଆର୍‌କେଏସ୍‌ ଭଦୋରିଆ ସମ୍ମାନିତ କରିବେ।

ଆସନ୍ତା ଅକ୍ଟୋବର ୮ରେ ଭାରତୀୟ ବାୟୁସେନାର ପ୍ରତିଷ୍ଠା ଦିବସ। ଏହି ଅବସରରେ ଭାରତୀୟ ବାୟୁସେନା ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ୫୧ ସ୍କ୍ୱାଡ୍ରନକୁ ସମ୍ମାନିତ କରିବେ। ଅଭିନନ୍ଦନଙ୍କ ତରଫରୁ ଏହି ସମ୍ମାନ କମାଣ୍ଡିଂ ଅଫିସର ଗ୍ରୁପ୍‌ କ୍ୟାପ୍ଟେନ୍‌ ସତୀଶ ପାୱାର ଗ୍ରହଣ କରିବେ।

ସେହିପରି ଫେବ୍ରୁଆରୀ ୨୬ରେ ମିରାଜ ୨୦୦୦ ଯୁଦ୍ଧ ବିମାନ ‘ଅପରେସନ ବନ୍ଦର’ ଜରିଆରେ ବାଲାକୋଟ୍‌ର ଏୟାରଷ୍ଟ୍ରାଇକ୍‌ କରିଥିଲା। ଏହାକୁ ସଫଳତାର ସହ କରିଥିଲା ବାୟୁସେନାର ୯ ନମ୍ବର ସ୍କ୍ୱାଡ୍ରନ। ବାୟୁସେନାର ପ୍ରତିଷ୍ଠା ଦିବସ ଅବସରରେ ୯ ନମ୍ବର ସ୍କ୍ୱାଡ୍ରନକୁ ମଧ୍ୟ ସମ୍ମାନିତ କରାଯିବ।

ଅନ୍ୟପକ୍ଷରେ ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ରେ ନିଜର ଯୋଗଦାନ ପାଇଁ ୬୦୧ ସିଗ୍‌ନାଲ ୟୁନିଟ୍‌ର ମିଣ୍ଟି ଅଗ୍ରୱାଲଙ୍କୁ ମଧ୍ୟ ଭାରତୀୟ ବାୟୁସେନା ସମ୍ମାନିତ କରିବ।

Comment