ଓଡ଼ିଶାଲାଇଭ୍ ବ୍ୟୁରୋ

ବନ୍ଦ ହେଲା ହୀରକୁଦ ଗେଟ୍‌। ଅପରାହ୍‌ଣ ୨ଟାରେ ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷ ୭ ନମ୍ବର ସ୍ଲୁଇସ୍‌ ଗେଟ୍‌ ବନ୍ଦ କରିଛନ୍ତି। ହୀରାକୁଦରୁ ମହାନଦୀକୁ ବନ୍ୟା ଜଳ ଆସିବା ବନ୍ଦ ହୋଇଯାଇଥିଲେ ମଧ୍ୟ ତଳମୁଣ୍ଡରେ ନଦୀ ଫୁଲୁଛି। ମହାନଦୀର ଜଳ ସ୍ତର ବଢ଼ୁଥିବାରୁ ତଳମୁଣ୍ଡରେ ଲୋକେ ଭୟଭୀତ ହୋଇଯାଇଛନ୍ତି।

ହୀରାକୁଦରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ କରିବା ପାଇଁ ୭ ନମ୍ବର ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇଥିଲା। ପୂର୍ବାହ୍‌ଣ ୧୧ଟା ୩୦ରେ ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇଥିଲା। ପ୍ରାୟ ଅଢ଼େଇ ଘଣ୍ଟା ଧରି ଗେଟ୍‌ ଖୋଲା ରହିଥିଲା।

ଆସନ୍ତାକାଲି ସକାଳ ୬ଟାରୁ ୧୦ଟା ଭିତରେ ମୁଣ୍ଡଳିଠାରେ ୧୧.୫ ଲକ୍ଷ କ୍ୟୁସେକ୍‌ ବନ୍ୟା ଜଳ ପ୍ରବାହିତ ହେବ।

Comment