ଓଡ଼ିଶାଲାଇଭ୍ ବ୍ୟୁରୋ

 

ହୀରାକୁଦ ଡ୍ୟାମ୍‌ର ୧୦ଟି ଗେଟ୍‌ ବନ୍ଦ ହେଲା। ଏନେଇ ହୀରାକୁଦ୍‌ ଡ୍ୟାମ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ପୂର୍ବରୁ ବନ୍ୟା ଜଳ ନିଷ୍କାସନ ପାଇଁ ହୀରାକୁଦ୍‌ ଡ୍ୟାମ୍‌ର ୨୦ଟି ଗେଟ୍‌ ଖୋଲାଯାଇଥିଲା। ବର୍ତ୍ତମାନ ୧୦ଟି ଗେଟ୍‌କୁ ବନ୍ଦ କରି ଦିଆଯାଇଛି। ଅନ୍ୟ ୧୦ଟି ଗେଟ୍‌ରେ ବନ୍ୟା ଜଳ ନିଷ୍କାସନ କରାଯାଉଛି।

ଅନ୍ୟପଟେ ଆଜି ରାତିସୁଦ୍ଧା ହୀରାକୁଦ୍‌ରୁ ଛଡ଼ା ଯାଇଥିବା ବନ୍ୟା ଜଳ ମୁଣ୍ତଳିରେ ପହଞ୍ଚିବ। ମୁଣ୍ଡଳିରେ ୫ରୁ ସାଢ଼େ ୫ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେବ।

ଗୁରୁବାର ଡ୍ୟାମ୍‌ର ୨୦ଟି ଗେଟ୍‌ରୁ ବନ୍ୟାଜଳ ନିଷ୍କାସିତ ହୋଇଥିଲା। ଗୁରୁବାର ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ୍‌ ଜଳସ୍ତର ବଢ଼ିବାରେ ଲାଗିଛି। ଗତକାଲି ସଂନ୍ଧ୍ୟା ୬ଟା ସୁଦ୍ଧା ହୀରାକୁଦ ଜଳସ୍ତର  ୬୨୧.୮୫ ଫୁଟ୍‌ ରହିଥିଲା। ଡ୍ୟାମର ଜଳସ୍ତରକୁ ୬୧୯ରୁ ୬୨୦ ଫୁଟ ରଖିବାକୁ ସର୍ବମୋଟ୍‌ ୨୦ଟି ଗେଟ୍‌ ଖୋଲାଯାଇଥିଲା।

ସେପଟେ ମୁଣ୍ତଳିରେ ପାଣି କମିବାରେ ଲାଗିଛି।

Comment