ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ସନ୍ଧ୍ୟା ସୁଦ୍ଧା ରାଜ୍ୟର ୧୨ଟି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ରର ଲାଟେଷ୍ଟ ବୁଲେଟିନ୍‌ ଅନୁଯାୟୀ, ସନ୍ଧ୍ୟା ୭.୨୫ ସୁଦ୍ଧା ରାଜ୍ୟା ୧୨ଟି ଜିଲ୍ଲାରେ ବର୍ଷା ହେବାର ଆଶଙ୍କା କରାଯାଉଛି। ଏହି ଜିଲ୍ଲାଗୁଡ଼ିକରେ ବର୍ଷା ହେବା ସହ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ। ଏହି ଜିଲ୍ଲାଗୁଡ଼ିକ ହେଲେ, ସୁନ୍ଦରଗଡ଼, ଝାରସୁଗୁଡ଼ା, କୋରାପୁଟ, ମାଲକାଗିରି, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ପୁରୀ, କଟକ, ରାୟଗଡ଼ା ଏବଂ କନ୍ଧମାଳ।

ଅନ୍ୟପକ୍ଷରେ ବର୍ତ୍ତମାନ ବଙ୍ଗୋପସାଗରେ ବସା ବାନ୍ଧୁଛି ଆଉ ଏକ ଘୂଣ୍ଣୀବଳୟ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପର ରୂପ ନେବ। ଫଳରେ ୨ ଦିନ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାରାର ସମ୍ଭାବନା ରହିଛି।

Comment