ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲଗାତାର ଭାରତ ବିରୋଧୀ ଟୁଇଟ୍‌ କରିବାରୁ ୨୦୦ ପାକିସ୍ତାନୀ ଟୁଇଟର ଆକାଉଣ୍ଟକୁ ବନ୍ଦ କଲା ମାଇକ୍ରୋ ବଲଗିଂ କମ୍ପାନି ଟୁଇଟର।

ପାକିସ୍ତାନରୁ କଶ୍ମୀର ମାମଲାକୁ ନେଇ ଲକ୍ଷାଧିକ ଭାରତ ବିରୋଧୀ ଟୁଇଟ୍‌ ଆସବାରୁ ଭାରତୀୟ ପ୍ରଶାସନ ଅଭିଯୋଗ କରିଥିଲେ। ଏହାପରେ ଟୁଇଟର ପକ୍ଷରୁ ୨୦୦ ପାକିସ୍ତାନୀ ଟୁଇଟର ଆକାଉଣ୍ଟକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି।

ପାକିସ୍ତାନର ଡନ ନ୍ୟୁଜ୍‌ ଅନୁଯାୟୀ, ଗତ ସପ୍ତାହରେ ଅନେକ ପାକିସ୍ତାନୀ ୟୁଜର୍ସ ଏନେଇ ଅଭିଯୋଗ କରିଥିଲେ। ଯେକୌଣସି ପାକିସ୍ତାନୀ ୟୁଜର୍ସ କଶ୍ମୀରକୁ ନେଇ ଟୁଇଟ୍‌ କରୁଥିଲା, ସେମାନଙ୍କ ଟୁଇଟର ଆକାଉଣ୍ଟ ବ୍ଲକ ହେଉଯାଉଥିବା ଅଭିଯୋଗ ଆସିଛି। ଏହାପରେ ପାକିସ୍ତାନରେ ‘#StopSuspendingPakistanis’ ନାମରେ ଏକ ହାସ୍‌ ଟ୍ୟାଗ ଟୁଇଟରରେ ଟ୍ରେଣ୍ଡିଙ୍ଗ୍‌ ହୋଇଥିଲା।

ତେବେ ପାକିସ୍ତାନୀ ସେନାର ମୁଖପାତ୍ର ମେଜର ଜେନେରାଲ ଆସିଫ ଗଫୁର ରବିବାର ଟ୍ଵିଟ୍ କରିଛନ୍ତି, “ପାକିସ୍ତାନୀ କାଶ୍ମୀରକୁ ସମର୍ଥନ କରୁଥିବା ଟିଟର ଏହି ଆକାଉଣ୍ଟକୁ ବ୍ଲକ କରିଦେଉଛି। ଏଥିପାଇଁ ଟୁଇଟରେ କାମ କରୁଥିବା ଭାରତୀୟ କର୍ମଚାରୀମାନେ ହିଁ ଦାୟୀ।

Comment