ଓଡ଼ିଶାଲାଇଭ୍ ବ୍ୟୁରୋ

ଗାଈ ଓ ମଇଁଷି କ୍ଷୀରରେ କାଲ୍ସିୟମ୍, ପ୍ରୋଟିନ୍, ପୋଟାସିୟମ୍ ଓ ଭିଟାମିନ୍-ଡି ଭରପୂର ପରିମାଣରେ ରହିଛି। ଦୈନିକ ଗୋଟିଏ ଗ୍ଲାସ କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଜରୁରୀ। କିନ୍ତୁ ଆପଣ ଜାଣନ୍ତି କି, ଛେଳି କ୍ଷୀରରେ ବି ଡେଙ୍ଗୁ ରୋଗ ସହିତ ଲଢ଼ିବା କ୍ଷମତା ରହିଛି ।

ଡେଙ୍ଗୁ ହେଲେ ଶରୀରରେ ବ୍ଲଡ୍ ପ୍ଲେଟ୍‌ଲେଟ୍ କମିଯାଏ। ଛେଳି କ୍ଷୀରରେ ଥିବା ସେଲେନିୟମ୍ ବ୍ଲଡ୍ ପ୍ଲେଟ୍ଲେଟ୍ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ।

ଭିଟାମିନ୍-ବି, କାଲ୍ସିୟମ୍, ଫସ୍‌ଫରସ୍, ପୋଟାସିୟମ୍, ଆଇରନ୍ ଓ କପର୍ ମେଟାବୋଲିଜିମ୍ ବୃଦ୍ଧି କରେ।

ଅସ୍ଥି ଓ ଦାନ୍ତକୁ ମଜବୁତ କରିବା ପାଇଁ ଛେଳି କ୍ଷୀରରେ କାଲ୍ସିୟମ୍ ସହିତ ଏମିନୋ ଏସିଡ୍ ଟ୍ରିପ୍ଟୋଫେନ୍ ରହିଛି।

ଏଥିରେ ଥିବା ଫ୍ୟାଟି ଏସିଡ୍ ଶରୀରରେ କୋଲେଷ୍ଟ୍ରୋଲ୍ ବା ଚର୍ବି ବୃଦ୍ଧି ହେବାକୁ ଦିଏ ନାହିଁ।

ଅତ୍ୟନ୍ତ ପରିମାଣର ପୋଟାସିୟମ୍ ରକ୍ତଚାପକୁ ବା ବିପିକୁ ନିୟନ୍ତ୍ରିତ ରଖେ।

LEAVE A REPLY

Please enter your comment!
Please enter your name here