ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୩୨ ବର୍ଷର ଟେଷ୍ଟ କ୍ରିକେଟ୍ ଇତିହାସ ବଦଳିଯାଇଛି। ଏଣିକି ଟେଷ୍ଟ କ୍ରିକେଟ୍‌ ଜର୍ସିରେ ଖେଳାଳିଙ୍କ ନାଁ ଏବଂ ନମ୍ବର ରହିବ।

ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ଓ ଟି-୨୦ରେ ଭାରତ ବିଜୟ ହାସଲ କରିଥିବା ବେଳେ ଏବେ ଟେଷ୍ଟ ସିରିଜରେ ଇଣ୍ଡିଜ୍‌କୁ ଭେଟିବ ଭାରତ। ତେବେ ଏହି ଟେଷ୍ଟରେ ଇତିହାସ ବଦଳାଇ ଭାରତ ନୂଆ ଜର୍ସିରେ ନଜର ଆସିବ। ଏହାର ଝଲକ ଦେଖିବାକୁ ମିଳିଛି ଅଧିନାୟକ ବିରାଟ କୋହଲିଙ୍କ ଭାଇରାଲ ହେଉଥିବା ଏହି ଫଟୋ।

ୱେଷ୍ଟଇଣ୍ଡିଜ ବିପକ୍ଷରେ ଆସନ୍ତା ଅଗଷ୍ଟ ୨୨ରୁ ୨୬ ଏବଂ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୩ ଯାଏଁ ଦୁଇଟି ଟେଷ୍ଟ ମ୍ୟାଚ୍‌ ଖେଳିବ ଭାରତ। ଏହା ପୂର୍ବରୁ ନୂଆ ଜର୍ସିରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏବଂ ଅନ୍ୟ ଖେଳାଳୀଙ୍କ ଫଟୋ ଭାଇରାଲ ହୋଇଛି।

ଆଇସିସିର ନୂଆ ନିୟମ ଅନୁଯାୟୀ ବର୍ତ୍ତମାନ ପ୍ରତ୍ୟେକ ଟେଷ୍ଟ ମ୍ୟାଚ୍‌ ଜର୍ସିରେ ଖେଳାଳୀଙ୍କ ନାଁ ରହିବ। ନିକଟରେ ଆରମ୍ଭ ହୋଇଥିବା ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଆଶେସ୍ ସିରିଜ୍ ସହ ଟେଷ୍ଟ ଆଇସିସି ଚାମ୍ପିୟନସିପରେ ଏହାର ଶୁଭାରମ୍ଭ ହୋଇଥିଲା।

Comment