ଓଡ଼ିଶାଲାଇଭ୍ ବିଜିନେସ୍‌ ବ୍ୟୁରୋ

ଓଡ଼ିଶାରେ ରିଲାଏନ୍ସ ଜିଓ ଗ୍ରାହକଙ୍କ ସଂଖ୍ୟା ୧ କୋଟି ଟପିଲା। ଭାରତୀୟ ଦୂରସଞ୍ଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ)ର ରିପୋର୍ଟରୁ ଏହା ଜଣାପଡ଼ିଛି।

ରିଲାଏନ୍ସ ଜିଓ ଆରମ୍ଭ ହେବାର ତିନି ବର୍ଷରୁ କମ୍‌ ସମୟ ମଧ୍ୟରେ ଏହାର ଗ୍ରାହକ ସଂଖ୍ୟା ୧ କୋଟିରୁ ଅଧିକ ହୋଇଛି।

୨୦୧୯ ଜୁନ ସୁଦ୍ଧା ରାଜ୍ୟରେ ୩.୬୧ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଜିଓ ସହ ଯୋଡ଼ି ହୋଇଛନ୍ତି। ରାଜ୍ୟରେ ରିଲାଏନ୍ସ ଜିଓର ଗ୍ରାହକ ବଜାର ଅଂଶ ୩୧%ରେ ପହଞ୍ଚିଛି।

ଓଡ଼ିଶାର ମୋଟ୍‌ ମୋବାଇଲ ଗ୍ରାହକ ସଂଖ୍ୟା ଜୁନରେ ୨.୦୨ ଲକ୍ଷ ବଢ଼ିଛି। ରିଲାଏନ୍ସ ଜିଓ ଏହାର ସମ୍ପୂର୍ଣ୍ଣ ୪ଜି ନେଟୱର୍କ ଓ ବିଭିନ୍ନ ସ୍ଥାନକୁ ଦ୍ରୁତ ଗତିରେ ଅପହଞ୍ଚ ଅଞ୍ଚଳକୁ ୪ଜି ନେଟୱର୍କର ସଂପ୍ରସାରଣ ଏବଂ ଗ୍ରାମାଞ୍ଚଳ, ସହରାଞ୍ଚଳ ଲୋକଙ୍କ ପାଖରେ ବହୁଳ ଭାବେ ସ୍ମାର୍ଟଫୋନ-ଜିଓଫୋନ ଜରିଆରେ ପ୍ରତି ମାସରେ ଏହା ସର୍ବାଧିକ ସଂଖ୍ୟକ ଗ୍ରାହକ ଯୋଡ଼ୁଛି।

ଟ୍ରାଇ ରିପୋର୍ଟ ଅନୁଯାୟୀ, ୨୦୧୯ର ପ୍ରଥମ ଛଅ ମାସରେ ରାଜ୍ୟରେ ମୋଟ ମୋବାଇଲ ଗ୍ରାହକ ସଂଖ୍ୟା ୪ ଲକ୍ଷ ହ୍ରାସ ପାଇଥିବା ଜଣାପଡ଼ିଛି। ଏହି ଛଅ ମାସ ଭିତରେ ୨୦.୮ ଲକ୍ଷ ନୂଆ ଗ୍ରାହକ ଯୋଗ କରି ରିଲାଏନ୍ସ ଜିଓ ଅଗ୍ରଣୀ ସ୍ଥାନରେ ରହିଛି। ବିଏସଏନଏଲ ସମାନ ଅବଧିରେ ୧.୮ ଲକ୍ଷ ଗ୍ରାହକ ଯୋଡ଼ି ଦୂରରେ ଦ୍ୱିତୀୟ ସ୍ଥାନରେ ରହିଛି। ଏହି ଛଅ ମାସ ଭିତରେ ଭୋଡାଫୋନ ୧୩.୨ ଲକ୍ଷ ମୋବାଇଲ ଗ୍ରାହକ ହରାଇଥିବା ବେଳେ ଭାରତୀ ଏୟାରଟେଲ ରାଜ୍ୟରେ ଏହି ସମୟରେ ୧୦.୬ ଲକ୍ଷ ଗ୍ରାହକଙ୍କୁ ହରାଇଛି।

ରିଲାଏନ୍ସ ଜିଓ ୨୦୧୯ ଜୁନ ମାସରେ ସର୍ବାଧିକ ସଂଖ୍ୟକ ଗ୍ରାହକ ଯୋଡ଼ିବାର ଧାରାକୁ ବଜାୟ ରଖିପାରିଛି। ୨୦୧୯ ଜୁନରେ ୩୬ ଲକ୍ଷ ନୂଆ ଗ୍ରାହକ ଯୋଡ଼ି ହେବା ସହିତ  ଦେଶର ମୋଟ ମୋବାଇଲ ଗ୍ରାହକ ସଂଖ୍ୟା ୧୧୬.୫ କୋଟିକୁ ବୃଦ୍ଧି ପାଇଛି।

Comment