ଓଡ଼ିଶାଲାଇଭ ବ୍ୟୁରୋ

ନ୍ୟୁଜିଲାଣ୍ଡର ସମଲିଙ୍ଗୀ କ୍ରିକେଟର ଆମି ସାଟର୍ଥୱେଟ୍ ଏବଂ ଲିଆ ତାହୁ ଖୁବ୍ ଶୀଘ୍ର ମାତା-ପିତା ହେବାକୁ ଯାଉଛନ୍ତି। ଏହିକାରଣରୁ ସାଟର୍ଥୱେଟ୍ ଆସନ୍ତା କିଛି ମାସ ପର୍ଯ୍ୟନ୍ତ କ୍ରିକେଟରୁ ଦୂରେଇ ରହିବେ। ଛୁଟିରେ ରହିବା ପରେ ମଧ୍ୟ ନ୍ୟୁଜଲାଣ୍ଡ କ୍ରିକେଟ ବୋର୍ଡ ତାଙ୍କୁ ତାଙ୍କ ପାଉଣା ପ୍ରଦାନ କରିବ। ସାଟର୍ଥୱେଟ୍ ଆଗାମୀ ବିଶ୍ଵକପ ସମୟରେ ନ୍ୟୁଜଲାଣ୍ଡ ଦଳକୁ ଫେରିବେ। ୨୦୧୭ ମସିହାରେ ଏହି ସମଲିଙ୍ଗୀ କ୍ରିକେଟର ବିବାହ କରିଥିଲେ।
ଏନେଇ ଆମି ସାଟର୍ଥୱେଟ୍ ତାଙ୍କ ଟୁଇଟରରେ ଲେଖିଛନ୍ତି, “ଲିଆ ତାହୁ ଓ ମୁଁ ଆପଣମାନଙ୍କ ସାମ୍ନାକୁ ଏହି କଥା ଆଣିବାକୁ ବହୁତ ଉତ୍ସାହିତ ଅଛୁ। ନୂଆବର୍ଷ ଆରମ୍ଭରୁ ଆମେ ଏକ ନୂଆ ଲୋକକୁ ଦୁନିଆକୁ ଆଣିବୁ। ଏଥିପାଇଁ ଆମେ କେତେ ଖୁସି ଅଛୁ ସେଥିପାଇଁ କୌଣସି ଶବ୍ଦ ନାହିଁ।”
ତାହୁ କୃତିମ ଗର୍ଭଧାରଣ ପଦ୍ଧତିରେ ଗର୍ଭବତୀ ହୋଇଛନ୍ତି। ଏନେଇ ନ୍ୟୁଜିଲାଣ୍ଡ କ୍ରିକେଟର ଦଳ ମଧ୍ୟ ଖୁସି ଜାହିର କରିଛନ୍ତି। ୨୮ ବର୍ଷିୟା ତାହୁ ୪୮ଟି ଦିନିକିଆ ଏବଂ ୨୮ ଟି ଟ୍ବେଣ୍ଟି-୨୦ ମ୍ୟାଚ ଖେଳିଛନ୍ତି। ସେହିଭଳି ୩୨ ବର୍ଷିୟା ସଟର୍ଥୱେଟ୍ ୧୦୧ଟି ଦିନିକିଆ ଏବଂ ୭୫ଟି ଟ୍ଵେଣ୍ଟି-୨୦ ମ୍ୟାଚରେ ନ୍ୟୁଜିଲାଣ୍ଡରେ ପ୍ରତିନିଧିତ୍ଵ କରିଛନ୍ତି। ଏହା ବ୍ୟତୀତ ସେ ବର୍ତ୍ତମାନ ମଧ୍ୟ ନ୍ୟୁଜଲାଣ୍ଡ ମହିଳା କ୍ରିକେଟ୍ ଦଳର ଅଧିନାୟକ ଅଛନ୍ତି।

















