ଓଡ଼ିଶାଲାଇଭ ବ୍ୟୁରୋ

ପୁରଷ କ୍ରିକେଟ ପରି ଭାରତରେ ମହିଳା କ୍ରିକେଟ ମଧ୍ୟ ଅନ୍ତର୍ଜାତୀୟ ସ୍ତରରେ ବେଶ ସଫଳତା ହାସଲ କରିପାରିଛନ୍ତି। ଆଇସିସି ଦିନିକିଆ ଦଳରେ ଭାରତ ଦ୍ଵିତୀୟ ସ୍ଥାନରେ ରହିଛି। ଏହାସହ ଭାରତର ସ୍ମୃତି ମାନ୍ଧନା ବ୍ୟାଟିଂ ରାଙ୍କରେ ପ୍ରଥମ ସ୍ଥାନରେ ରହିଛନ୍ତି। ବୋଲିଂରେ ଝୁଲନ ଗୋସ୍ଵାମୀ ତୃତୀୟ ସ୍ଥାନରେ ରହିଛନ୍ତି। ଭାରତରେ ମହିଳା କ୍ରିକେଟରମାନେ ବେଶ ସପଳତା ହାସଲ କରିପାରିଛନ୍ତି। ହେଲେ ଏମିତି କିଛି ମହିଳା କ୍ରିକେଟର ଅଛନ୍ତି ଯେଉଁମାନେ ଭାରତରେ ଜନ୍ମ ହୋଇ ଅନ୍ୟ ଦେଶ ପାଇଁ କ୍ରିକେଟ ଖେଳୁଛନ୍ତି।

ଇଶା ଗୁହା (ଇଂଲଣ୍ଡ)

ଇଶା ତାରା ଗୁହା ଯିଏକି ଇଶା ଗୁହା ନାମରେ ପରିଚିତ। ଇଶାଙ୍କ ବାପା ମା’ କୋଲକତାର ବାସିନ୍ଦା। ପରବର୍ତ୍ତୀ ଅବସ୍ଥାରେ ସେମାନେ ଇଂଲଣ୍ଡକୁ ସ୍ଥାନାନ୍ତର ହୋଇଯାଇଥିଲେ। କ୍ରିକେଟ ପ୍ରତି ଆଗ୍ରହ ଦେଖି ପରିବାର ଲୋକ ତାଙ୍କ କ୍ରିକେଟ ଖେଳରେ ସାମିଲ କରାଇଥିଲେ। ୧୭ ବର୍ଷ ବୟସରେ ୨୦୦୨ ମସିହାରେ ପ୍ରଥମେ ଭାରତ ବିପକ୍ଷ ସେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ। ଏହି ଡାହାଣ ହାତୀ ପେସ ବୋଲର ଇଂଲଣ୍ଡ ତରଫରୁ ୮ଟି ଟେଷ୍ଟ ମ୍ୟାଚ ଖେଳି ୨୯ଟି ଓ୍ଵିକେଟ ନେଇଛନ୍ତି। ୮୩ ଦିନିକିଆ ମ୍ୟାଚ ଖେଳି ୧୦୧ ଓ୍ଵିକେଟ ନେଇଛନ୍ତି। ସେହିପରି ଟି-୨୦ରେ ୨୨ ମ୍ୟାଚ ଖେଳି ୧୮ଟି ଓ୍ଵିକେଟ ନେଇଛନ୍ତି।

ଲିସା ସ୍ଥାଲେକର(ଅଷ୍ଟ୍ରେଲିଆ)

ଲିସାଙ୍କ ଜନ୍ମ ପୁନେ ସହରରେ। ବର୍ତ୍ତମାନ ସେ ଅଷ୍ଟ୍ରେଲିଆ ତରଫରୁ କ୍ରିକେଟ ଖେଳୁଛନ୍ତି। ଜନ୍ମ ହେବା ପରେ ତାଙ୍କ ବାପା ମା’ ତାଙ୍କୁ ଏକ ଅନାଥ ଆଶ୍ରମରେ ଛାଡ଼ି ଦେଇଥିଲେ। ସେଠାରେ ଅଷ୍ଟ୍ରେଲିଆ ସିଡନିର ଜଣେ ଦମ୍ପତି ତାଙ୍କୁ ପୋଷ୍ୟ କରିଥିଲେ। ପରେ ଖେଳ ପ୍ରତି ତାଙ୍କ ଆଗ୍ରହ ଯୋଗୁଁ ସେ କ୍ରିକେଟରେ ଯୋଗ ଦେଇଥିଲେ। ବର୍ତ୍ତମାନ ସେ ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳର ଏକ ଅଂଶ। ସେ ଦିନିକିଆ କ୍ରିକେଟରେ ୧୦୦ ଓ୍ଵିକେଟ ଓ ୧୦୦୦ ରନ କରିଥିବା ପ୍ରଥମ ମହିଳା କ୍ରିକେଟର। ୨୦୧୩ରେ ବିଶ୍ଵ ବିଜେତା ହୋଇଥିବା ଅଷ୍ଟ୍ରେଲିଆ ଦଳର ସେ ସଦସ୍ୟ ରହିଥିଲେ।

ସୋନିଆ ଓଦେଦ୍ରା(ଇଂଲଣ୍ଡ)

ଭାରତର ମୂଳ ବାସିନ୍ଦା ହେଉଛନ୍ତି ସୋନିଆ ଓଦେଦ୍ରା। କୌଣସି କାରଣରୁ ଭାରତରୁ ବାପା ମା’ଙ୍କ ସହ ସ୍ଥାନାନ୍ତର ହୋଇଯାଇଥିଲେ। ପରେ ଇଂଲଣ୍ଡ ଦଳରେ କ୍ରିକେଟ ଖେଳିଥିଲେ। ହେଲେ ସେ ବେଶୀ ସମୟ କ୍ରିକେଟରେ ରହିନଥିଲେ। ହେଲେ ସେ ଘରୋଇ କ୍ରିକେଟରେ ଖେଳ ଜାରି ରଖିଥିଲେ।

Comment