ଓଡ଼ିଶାଲାଇଭ୍ ବ୍ୟୁରୋ

ଜାତୀୟସ୍ତରୀୟ ସ୍ୱତନ୍ତ୍ର ଅଲିମ୍ପିକ ଭାରତ ସାଇକ୍ଲିଂ ପ୍ରତିଯୋଗିତାରେ ଚମକିଛନ୍ତି ଓଡ଼ିଶାର କ୍ରୀଡ଼ାବିତ୍। ଚଳିତବର୍ଷ ହରିୟଣାର ପଞ୍ଚକୁଲାଠାରେ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାରେ ଉତ୍ତମ ପ୍ରଦର୍ଶନ କରି ରାଜ୍ୟର ଖେଳାଳିମାନେ ୨ଟି ସ୍ଵର୍ଣ୍ଣ ସହ ମୋଟ ୫ଟି ପଦକ ଜିତିଛନ୍ତି। ସେମାନଙ୍କ ପ୍ରଦର୍ଶନ ରାଜ୍ୟ ପାଇଁ ଆଣିଛି ଗର୍ବ ଓ ଗୌରବ।

ସ୍ୱତନ୍ତ୍ର ଅଲିମ୍ପିକ ସାଇକ୍ଲିଂ ପ୍ରତିଯୋଗିତାର ୧ କିଲୋମିଟର ଓ ୨ କିଲୋମିଟର ମହିଳା ବର୍ଗରେ ଓଡ଼ିଶାର ଅନ୍ତର୍ଜାତୀୟ କ୍ରୀଡ଼ାବିତ୍ ସରିତା ରାଉତରାୟ ୨ଟି ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ୨ କିଲୋମିଟର ପୁରୁଷ ବର୍ଗରେ ଦେବାଶିଷ ରୌପ୍ୟ ପଦକ ହାସଲ କରିଛନ୍ତି। ଏହାସହ ପ୍ରଥମଥର ପାଇଁ ଏହି ପ୍ରତିଯୋଗିତାକୁ ଆସିଥିବା ନିମାପଡ଼ାର ରାକେଶ ସେଠୀ ୨ କିଲୋମିଟର ବର୍ଗରେ ଏବଂ ଭୁବନେଶ୍ୱରର ସିଦ୍ଧାର୍ଥ ମହାନ୍ତି ୧୦ କିଲୋମିଟର ବର୍ଗରେ ଗୋଟିଏ ଲେଖାଏଁ ବ୍ରୋଞ୍ଜ ପଦକ ଜିତିଛନ୍ତି।

ପ୍ରତିଯୋଗିତାର ପଦକ ବିଜେତାମାନଙ୍କୁ ପଞ୍ଜାବର ରାଜ୍ୟପାଳ ବନୱାରିଲାଲ ପୁରୋହିତ ସମ୍ମାନିତ କରିଥିଲେ। ଏହାସହ ଓଡ଼ିଶାର ପଦକ ବିଜେତାମାନଙ୍କୁ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ତରଫରୁ ଅଭିନନ୍ଦନ ଜଣାଯାଇଛି।

‘ସ୍ୱତନ୍ତ୍ର ଅଲିମ୍ପିକ୍ ଭାରତ’ ଓଡ଼ିଶାର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରକାଶ ରଥ, ଅଧ୍ୟକ୍ଷା ସୁନୀତା ମୁଣ୍ଡା, ଉପାଧ୍ୟକ୍ଷ ଉମାକାନ୍ତ ଷଡ଼ଙ୍ଗୀ, ରାଜ୍ୟ ସଂଯୋଜିକା ଅର୍ପିତା ମହାପାତ୍ର ତଥା କ୍ରୀଡ଼ା ନିର୍ଦ୍ଦେଶକ ସସ୍ମିତା ମହାପାତ୍ର ପ୍ରମୁଖ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Tags: #SpecialOlympicsBharat #NationalCyclingGames #Players #Sports #Odisha

LEAVE A REPLY

Please enter your comment!
Please enter your name here