ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଡବ୍ଲୁଏଫ ବ୍ୟାଡମିଣ୍ଟନ ୱାର୍ଲଡ ଚାମ୍ପିୟନସିପରେ ଭାରତର ପଦକ ନିଶ୍ଚିତ। ଏହି ସୌଭାଗ୍ୟ ଆଣି ଦେଇଛନ୍ତି ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ଏବଂ ସାଇ ପ୍ରଣୀତ। ସ୍ୱିଜରଲ୍ୟାଣ୍ଡରେ ଖେଳାଯାଉଥିବା ଏହି ବ୍ୟାଡମିଣ୍ଟନ ୱାର୍ଲଡ ଚାମ୍ପିୟନସିପରେ ଉଭୟ ନିଜ ମ୍ୟାଚ୍‌ରେ ଜିତି ସେମିଫାଇନାଲରେ ପ୍ରବେଶ କରିଛନ୍ତି।

ପିଭି ସିନ୍ଧୁ ମହିଳା ସିଙ୍ଗଲ୍ସର କ୍ୱାଟର ଫାଇନାଲରେ ଚୀନ୍‌ର ତାଇ-ଜୁ-ୟିଙ୍ଗଙ୍କୁ ପରାସ୍ତ କରି ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ସେହିପରି ପୁରୁଷ ସିଙ୍ଗଲ୍ସର କ୍ୱାଟର ଫାଇନାଲରେ ସାଇ ପ୍ରଣୀତ ଇଣ୍ଡୋନେସିଆର ଜନାଥନ କ୍ରିଷ୍ଟୀଙ୍କୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି।

ଏହି ପଦକ ସହ ସିନ୍ଧୁ ଲଗାତାର ତୃତୀୟ ପଦକ ହାସଲ କରିବେ। ସେ ଏହା ପୂର୍ବରୁ ଦୁଇ ଥର ରୌପ୍ୟ ଏବଂ ଦୁଇ ଥର ବ୍ରୋଞ୍ଜ ପଦକ ହାସଲ କରି ସାରିଛନ୍ତି।

Comment