ଓଡ଼ିଶାଲାଇଭ ବ୍ୟୁରୋ

ଟିମ୍‌ ଇଣ୍ଡିଆର ପୂର୍ବତନ ପେସ ବୋଲର ଏସ ଶ୍ରୀସାନ୍ଥଙ୍କ କୋଚିସ୍ଥିତ ବାସଭବନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ବେଳେ ଶ୍ରୀସାନ୍ଥ ଘରେ ନଥିଲେ। ତେବେ ଘରେ ତାଙ୍କ ପତ୍ନୀ ଓ ପିଲାଛୁଆ ଥିଲେ। ଅଗ୍ନିକାଣ୍ଡରେ କାହାର କୌଣସି କ୍ଷତି ହୋଇନଥିବା ଜଣା ପଡ଼ିଛି।

ଶନିବାର ରାତି ୨ଟା ସମୟରେ ଶ୍ରୀସାନ୍ଥଙ୍କ ଘରେ ନିଆଁ ଲାଗିଥିବା ଦେଖି ପଡ଼ୋଶୀମାନେ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ଶ୍ରୀସାନ୍ଥଙ୍କ ପତ୍ନୀ ଓ ପିଲାମାନଙ୍କୁ ଉଦ୍ଧାର କରିଥିଲେ। ପରେ ନିଆଁକୁ ଆୟତ୍ତ କରିବାକୁ ସଫଳ ହୋଇଥିଲେ। ଏଥିରେ ଘରର ଅନେକ ଆସବାପତ୍ର ନଷ୍ଟ ହୋଇଯାଇଛି।

ଘରର ଡ୍ରଇଁ ରୁମ୍‌ରେ ସଟ୍‌ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିଲା। ଶ୍ରୀସାନ୍ଥଙ୍କ ଘର ଲୋକ ଉପର ମହଲାରେ ଥିବାରୁ ଏଥିରେ କାହାର କୌଣସି କ୍ଷତି ଘଟି ନାହିଁ।

Comment