ଓଡ଼ିଶାଲାଇଭ୍‌ ବ୍ୟୁରୋ

ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ କଶ୍ମୀର ସ୍ଥିତି ନିୟନ୍ତ୍ରଣାଧୀନ ରହିଥିଲା। କୌଣସି ହିଂସାକାଣ୍ଡ ଘଟିନଥିଲା। ପ୍ରାୟ ୩ ସପ୍ତାହ ପରେ ଜମ୍ମୁ କଶ୍ମୀରରେ ପ୍ରଥମ ହିଂସାକାଣ୍ଡର ଖବର ସାମ୍ନାକୁ ଆସିଛି। ପୁଲଓ୍ୱମାରେ ସୋମବାର କିଛି ଆତଙ୍କବାଦୀ ଜଙ୍ଗଲରୁ ଧୂମନ୍ତୁ ଗୁଜ୍ଜର ସମୁଦାୟର ଦୁଇ ବ୍ୟକ୍ତିଙ୍କ ଅପହରଣ କରି ନେଇଥିଲେ।

ସେମାନଙ୍କ ମଧ୍ୟରୁ ଜଣକୁ ଗୁଳିମାରି ହତ୍ୟା କରିଦେଇଥିବା ଜଣାପଡ଼ିଛି। ଏହି ଖବର ଆସିବା ପରେ ସଂପୃକ୍ତ ଅଞ୍ଚଳରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ ଆରମ୍ଭ କରିଦେଇଛନ୍ତି। ଅପହୃତ ହୋଇଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କୁ ସୁରକ୍ଷାକର୍ମୀ ଖୋଜୁଛନ୍ତି।

ସୋମବାର ପୁଲୱାମା ଜିଲ୍ଲାର ତ୍ରାଲର ରାଜୈାରୀ ଜିଲ୍ଲା ନିବାସୀ ଅବଦୁଲ କଦୀର କୋହଲୀ ଓ ଶ୍ରୀନଗରର ଖୋନମୋହ ନିବାସୀ ମଞ୍ଜୁର ଅହମ୍ମଦଙ୍କୁ କିଛି ବନ୍ଧୁକଧାରୀ ଅପହରଣ କରିନେଇଥିଲେ। ସୋମବାର ରାତି ୭ଟା ୩୦ରେ ଏହି ଘଟଣାଟି ଘଟିଥିବା ଜମ୍ମୁ ପୋଲିସ ସୂଚନା ଦେଇଛି।

Comment