ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଣେଶଙ୍କୁ କାହିଁକି କୁହାଯାଏ ଏକଦନ୍ତ, ଜାଣନ୍ତୁ  ଭଙ୍ଗା ଦାନ୍ତର ରହସ୍ୟମୟ କାହାଣୀ।

ପୌରାଣିକ ମାନ୍ୟତା ରହିଛି ଭଗବାନ ଗଣେଶ ମହାଭାରତ ଲେଖିବାର କାର୍ଯ୍ୟ କରିଥିଲେ। ବ୍ୟାସଦେବ ଯେତେବେଳେ ମହାଭାରତର ସମ୍ପର୍ତ୍ଣ ରୂପରେଖ ପ୍ରସ୍ତୁତ କରିସାରିଥିଲେ ସେତେବେଳେ ଏହାକୁ ଲେଖିବା ପାଇଁ ସେ ଗଣେଶଙ୍କ ସାହାଯ୍ୟ ଲୋଡ଼ିଥିଲେ।

ଗଣେଶ କିନ୍ତୁ ଲେଖା ଆରମ୍ଭ କରିବା ପୂର୍ବରୁ ନିଜର ଏକ ସର୍ତ୍ତ ରଖିଥିଲେ। ସର୍ତ୍ତଟି ଥିଲା ସେ ଲେଖିବା ଆରମ୍ଭ କଲା ପରେ ଆଉ ଅଟକିବେ ନାହିଁ ଏବଂ ଦ୍ରୁତ ଗତିରେ ଲେଖି ଚାଲିବେ। ଗଣେଶଙ୍କ ସର୍ତ୍ତ ଶୁଣିବା ପରେ ବ୍ୟାସ ବି ଏକ ସର୍ତ୍ତ ରଖିଲେ। ସର୍ତ୍ତଟି ଥିଲା ନବୁଝି କିଛି ବି ଲେଖିବ ନାହିଁ। ଗଣେଷ ସର୍ତ୍ତ ଗ୍ରହଣ କରି ଲେଖିବା ଆରମ୍ଭ କଲେ।

ଗଣେଶ ଲେଖୁ ଲେଖୁ ହଠାତ ତାଙ୍କ ଲେଖନୀ ସରିଗଲା। ସେ ନିଜ ଦାନ୍ତରୁ ଗୋଟାଏ ଭାଙ୍ଗି ଲେଖିବାରେ ଲାଗିଲେ। ସେଇଦିନଠାରୁ ଗଣେଶ ଏକଦନ୍ତ। ସେଥିପାଇଁ ତାଙ୍କୁ ଏକଦନ୍ତ ବୋଲି ମଧ୍ୟ କୁହାଯାଏ।

Comment