ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଥିବା ବସ୍‌ରେ ଲାଗିଲା ନିଆଁ। ନିଆଁ ଲାଗି ବସ୍‌ଟି ପୋଡ଼ି ପାଉଁଶ ହୋଇଯାଇଛି। ଖବରପାଇ ଫାୟାର ଷ୍ଟେସନରୁ ଅଗ୍ନିଶମ କର୍ମଚାରୀ ବରମୁଣ୍ଡା ବସ୍‌ ଷ୍ଟାଣ୍ଡରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

କଳାହାଣ୍ଡିରୁ ଭୁବନେଶ୍ୱର ଚଳାଚଳ କରୁଥିବା ଚକାଡୋଳା ବସ୍‌ଟି ଆଜି ବରମୁଣ୍ଡା ବସ୍‌ ଷ୍ଟାଣ୍ଡରେ ଛିଡ଼ା ହୋଇଥିଲା। ଅଚାନକ ବସ୍‌ରେ ନିଆ ଲାଗିଥିଲା। ଚାହୁଁ ଚାହୁଁ ବସ୍‌ଟି ହୁତହୁତ ହୋଇ ଜଳିଥିଲା।

ପାଖରେ ଥିବା ଯାତ୍ରୀମାନେ ଭୟଭୀତ ହୋଇ ଦୌଡ଼ିଥିଲେ। ବସ୍‌ ଷ୍ଟାଣ୍ଡରେ ଅନ୍ୟ ବସ୍‌ ସବୁ ରହିଥିଲେ ମଧ୍ୟ କିଛି କ୍ଷତି ଘଟିନି। ତେବେ ବସ୍‌ରେ ଅଚାନକ କାହିଁକି ନିଆଁ ଲାଗିଲା ତାର କାରଣ ଅସ୍ପଷ୍ଟ ରହିଛି।

Comment