ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆନ୍ଦେଳାନ ପୂର୍ବରୁ ଅଗ୍ନିଶମ କର୍ମଚାରୀଙ୍କ ପାଇଁ ଖୁସିଖବର। ଅଗ୍ନଶମ କର୍ମଚାରଙ୍କ ବିଭିନ୍ନ ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଅଗ୍ନଶମ ବାହିନୀର ଫାୟାରମ୍ୟାନ ଓ ଫାୟାରମ୍ୟାନ ଡ୍ରାଇଭରଙ୍କ ପାଇଁ ଅତିରିକ୍ତ ଏକ ମାସର ଦରମା ଘୋଷଣା ହୋଇଛି। ଡ୍ରାଇଭର ହାବିଲଦାର, ହାବିଲଦାର ମେକାନିକ ମଧ୍ୟ ଏହି ସୁବିଧା ପାଇବେ।

ଏଣିକି ଅଗ୍ନିଶମ କର୍ମଚାରୀ ଏକ୍ସଟ୍ରା ଡ୍ୟୁଟି ଇନ୍‌ସେନ୍‌ଟିଭ୍‌ ପାଇବେ। ସେହିପରି ମାସିକ ଗମନାଗମନ ଭତ୍ତା ୭୫ ଟଙ୍କାରୁ ବଢ଼ାଇ ୧୫୦ ଟଙ୍କା ରଖାଯାଇଛି। ପୂର୍ବରୁ ସ୍ପେଶାଲ ଡାଏଟ ଆଲାଉନ୍ସ ୭୦୦ ଟଙ୍କା ଦିଆଯାଉଥିବା ବେଳ ବର୍ତ୍ତମାନ ଏହାକୁ ବଢ଼ାଇ ୯୦୦ ଟଙ୍କା କରାଯାଇଛି।

କିଛିଦିନ ତଳେ ଅଗ୍ନିଶମ ବାହୀନି ସଂଘ ବିଭିନ୍ନ ଦାବି ନେଇ ସରକାରଙ୍କ ସହ ଆଲୋଚନା କରିଥିଲେ। ସରକାର ଏନେଇ ପ୍ରତିଶୃତି ଦେଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇନଥିଲା। ସେଥିପାଇଁ ଆସନ୍ତାକାଲିଠୁ ଅଗ୍ନିଶମ କର୍ମଚାରୀ ସଂଘ ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଥିଲା। ତେବେ ଆନ୍ଦୋଳନ ପୂର୍ବରୁ ଅଗ୍ନିଶମ କର୍ମଚାରୀଙ୍କୁ ଉପହାର ଦେଇଛନ୍ତି ରାଜ୍ୟ ସରକାର।

Comment