ଓଡ଼ିଶାଲାଇଭ ବ୍ୟୁରୋ

ଏଣିକି ବସ୍‌ଷ୍ଟାଣ୍ଡରେ ଯାତ୍ରୀ ଓ୍ଵାଇଫାଇର ସୁବିଧା ଉପଭୋଗ କରିପାରିବେ। ରାଜ୍ୟର ପ୍ରମୁଖ ରେଳ ଷ୍ଟେସନରେ ମାଗଣା ଓ୍ଵାଇଫାଇ ସେବା ଉପଲବ୍ଧ ହେବା ପରେ ଏବେ ରାଜ୍ୟ ସରକାର ରାଜ୍ୟର ପ୍ରମୁଖ ବସଷ୍ଟାଣ୍ଡରେ ମାଗଣା ଓ୍ଵାଇଫାଇ ସେବା ଯୋଗାଇ ଦେବାକୁ ଯୋଜନା କରୁଛନ୍ତି।

ଓ୍ଵାଇଫାଇ ସେବା ତୁରନ୍ତ ଆରମ୍ଭ କରିବାକୁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଡକାଯାଇଛି।

ପ୍ରଥମ ପର୍ଯ୍ୟାୟରେ ବରମୁଣ୍ଡା, ବାଦାମବାଡ଼ି, ପୁରୀ, ମାଳତୀପାଟପୁର ବସଷ୍ଟାଣ୍ଡ ସମେତ ଅନ୍ୟ ଜିଲ୍ଲାର ବିଭିନ୍ନ ବସ୍‌ଷ୍ଟାଣ୍ଡରେ ମାଗଣା ଓ୍ଵାଇଫାଇସେବା ଆରମ୍ଭ ହେବ। ଏହାସହ ଓଏସ୍‌ଆରଟିସି କାର୍ଯ୍ୟାଳୟ ଏବଂ ଜିଲ୍ଲା ପରିବହନ କାର୍ଯ୍ୟାଳୟରେ ମଧ୍ୟ ଓ୍ଵାଇଫାଇ ସେବା ଉପଲବ୍ଧ ହେବ।

ଓ୍ଵାଇଫାଇ ପାଇଁ ବିଏସଏନଏଲ ସହ ଯୋଗାଯୋଗ କରାଯିବ। ନଚେତ ଘରୋଇ ଟେଲିକମ୍‌ ସଂସ୍ଥାଙ୍କୁ ଡାକି ଓ୍ଵାଇଫାଇ ସେବା ଯୋଗାଇବା ନେଇ ଆଲୋଚନା କରାଯିବ ବୋଲି ବାଣିଜ୍ୟ ଓ ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

Comment