ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟର ୫ଟି ବିଶ୍ଵବିଦ୍ୟାଳୟରେ ନିଯୁକ୍ତି ହେଲେ ରେଜିଷ୍ଟ୍ରାର। ସମସ୍ତ ରେଜିଷ୍ଟ୍ରାରଙ୍କୁ ନିଯୁକ୍ତି କଲେ ରାଜ୍ୟ ସରକାର। ଓୟୁଏଟି, ରମାଦେବୀ ବିଶ୍ଵବିଦ୍ୟାଳୟ, ସମ୍ଵଲପୁର ବିଶ୍ଵବିଦ୍ୟାଳୟ, ଉତ୍ତର ଓଡ଼ିଶା ବିଶ୍ଵବିଦ୍ୟାଳୟ, ଫକିରମୋହନ ବିଶ୍ଵବିଦ୍ୟାଳୟରେ ରେଜିଷ୍ଟ୍ରାରଙ୍କୁ ନିଯୁକ୍ତି ଦିଆଯାଇଛି।

ଲୋପାମୁଦ୍ରା ମହାନ୍ତି ହେଲେ ଓୟୁଏଟି ରେଜିଷ୍ଟ୍ରାର, ଶ୍ୟାମାଳି ମହାପାତ୍ର ହେଲେ ରମାଦେବୀ ବିଶ୍ଵବିଦ୍ୟାଳୟ ରେଜିଷ୍ଟ୍ରାର। ସେହିପରି ସମ୍ଵଲପୁର ବିଶ୍ଵବିଦ୍ୟାଳୟ ରେଜିଷ୍ଟ୍ରାର ହେଲେ ସୀତାରାମ ପଟେଲ, ସହଦେବ ସମଧିଆ ହେଲେ ଉତ୍ତର ଓଡ଼ିଶା ବିଶ୍ଵବିଦ୍ୟାଳୟ ରେଜିଷ୍ଟ୍ରାର। ଫକିରମୋହନ ବିଶ୍ଵବିଦ୍ୟାଳୟରେ ବ୍ରହ୍ମାନନ୍ଦ ବେହେରାଙ୍କୁ ରେଜିଷ୍ଟ୍ରାର ଭାବେ ନିଯୁକ୍ତି ଦିଆଯାଇଛି।

Comment