ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାର ସମ୍ବଲପୁର ରେଳ ଷ୍ଟେସନକୁ ‘ନୋ ପ୍ଲାଷ୍ଟିକ ଜୋନ୍‌’ ଭାବେ ଘୋଷଣା କରାଯାଇଛି। ଏହା ଦ୍ୱାରା ସମ୍ବଲପୁର ଦେଶର ଦ୍ୱିତୀୟ ‘ପ୍ଲାଷ୍ଟିକ ଫ୍ରି’ ରେଳ ଷ୍ଟେସନ ଭାବେ ଗୌରବ ଲାଭ କରିଛି।

ଏହା ପୂର୍ବରୁ ରେଳ ମନ୍ତ୍ରାଳୟ ପକ୍ଷରୁ ତିରୁପତି ରେଳ ଷ୍ଟେସନକୁ ଦେଶର ପ୍ରଥମ ‘ନୋ ପ୍ଲାଷ୍ଟିକ ଜୋନ’ ରୂପେ ଘୋଷଣା କରାଯାଇଥିଲା।

ଏହି ଅବସରରେ ଆଜି ସମ୍ବଲପୁର ରେଳ ଡିଭିଜନ ପକ୍ଷରୁ ଏକ ପ୍ରତିଜ୍ଞା ସମାରୋହ ଆୟୋଜନ ହୋଇଥିଲା। ଏଥିରେ ରେଳ ବିଭାଗର କର୍ମଚାରୀ ସହିତ ସ୍କୁଲ କଲେଜ ଛାତ୍ରଛାତୀ ତଥା ବରିଷ୍ଠ ଲୋକମାନେ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ରେଳ ଡିଭିଜନାଲ ମ୍ୟାନେଜର ଜୟଦେବ ଗୁପ୍ତା ରେଳ ଷ୍ଟେସନରେ ପ୍ଲାଷ୍ଟିକ ବ୍ୟବହାର ନକରିବା ପାଇଁ ପରାମର୍ଶ ଦେଇଥିଲେ।

Comment