ଓଡ଼ିଶାଲାଇଭ୍ ବ୍ୟୁରୋ

balaji temple-1

ତିରୁମଲାସ୍ଥିତ ପ୍ରସିଦ୍ଧ ବାଲାଜୀ ମନ୍ଦିର ଆସନ୍ତା ଜୁନ୍ ୧୧ରେ ଖୋଲିବାକୁ ଯାଉଛି। କରୋନା ପାଇଁ ହୋଇଥିବା ଲକଡାଉନ କାରଣରୁ ଏହି ମନ୍ଦିର ପ୍ରାୟ ଦୁଇ ମାସରୁ ଉର୍ଦ୍ଧ ସମୟ ଧରି ବନ୍ଦ ଥିଲା। ତେବେ ଜୁନ୍ ୧୧ ଠାରୁ ପ୍ରତିଦିନ କେବଳ ୬,୦୦୦ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ ବୋଲି କହିଛନ୍ତି ତିରୁପତି ତରୁମଲା ଦେବସ୍ଥାନମ ବା ଟିଟିଡିର ଅଧିକାରୀ। ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରି ଦର୍ଶକମାନେ ଭଗବାନ ଭେଙ୍କଟେଶ୍ୱରଙ୍କ ଦର୍ଶନ କରିବେ।

ତେବେ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ପୂର୍ବରୁ ଟିକେଟ୍ କରିବାକୁ ପଡ଼ିବ। ୩,୦୦୦ଟି ଟିକେଟ୍ ଅନଲାଇନ୍ ମିଳିବ ଏବଂ ଏହି ଟିକେଟର ଦାମ ୩୦୦ ଟଙ୍କା ରହିଛି। ଟିକେଟ୍ ବୁକିଂ ପ୍ରକ୍ରିୟା ଜୁନ୍ ୮ରୁ ଆରମ୍ଭ ହେବ। ବାକି ୩,୦୦୦ ଟିକେଟ୍ ପାଇଁ ଦର୍ଶନକାରୀମାନେ ସୀମିତ ସମୟ ପାଇଁ ପଞ୍ଜୀକରଣ କରାଇପାରିବେ।

balaji temple-2

ତେବେ ଦର୍ଶନ ପାଇଁ ଆସୁଥିବା ଯାତ୍ରୀ କେଉଁ ସ୍ଥାନରୁ ଆସିଛନ୍ତି ସେ ବିଷୟରେ ଯାଞ୍ଚ କରାଯିବା ସହ ସେମାନଙ୍କର କରୋନା ଟେଷ୍ଟ ମଧ୍ୟ କରାଯିବ। ଥଣ୍ଡା, ଜର ଆଦି ଲକ୍ଷଣ ଦେଖଦେଲେ ଯାତ୍ରୀମାନଙ୍କୁ ଅଲଗା ରଖାଯିବ। ୧୦ ବର୍ଷରୁ କମ ଏବଂ ୬୫ ବର୍ଷରୁ ଉର୍ଦ୍ଧ୍ୱ ବୟସର ବ୍ୟକ୍ତିଙ୍କୁ ମନ୍ଦିର ଭିତରକୁ ପ୍ରବେଶ ନିଷେଦ୍ଧ। ମନ୍ଦିର କାର୍ଯ୍ୟରେ ନିଯୁକ୍ତ ଟିଟିଡିର କର୍ମଚାରୀମାନେ ମଧ୍ୟ ପିପିଇ କିଟ୍ ପିନ୍ଧି କାର୍ଯ୍ୟ କରିବେ। ଘଣ୍ଟା ପିଛା ଅତିବେଶୀରେ ୫୦୦ ବା ତାହାଠାରୁ କମ ଦର୍ଶନକାରୀଙ୍କୁ ମନ୍ଦିର ମଧ୍ୟକୁ ଛଡ଼ାଯିବ।

ଲକଡାଉନ ଯୋଗୁଁ ବାଲାଜୀ ମନ୍ଦିର ଗତ ମାର୍ଚ୍ଚ ୨୦ ତାରିଖଠାରୁ ବନ୍ଦ ରହିଛି। ଏଥିମଧ୍ୟରେ ମନ୍ଦିର ରାଜସ୍ୱ ଆୟରେ ପ୍ରାୟ ୫୦୦ କୋଟିର କ୍ଷତି ହୋଇଥିବାର ମନ୍ଦିର କର୍ତ୍ତୃପକ୍ଷଙ୍କ ତରଫରୁ ଜଣାପଡ଼ିଛି। ତେବେ ଜୁନ୍ ୧୧ରୁ କଟକଣା ସାମାନ୍ୟ କୋହଳ କରାଯାଇ ମନ୍ଦିର ଦର୍ଶନ କାର୍ଯ୍ୟ ଆରମ୍ଭ କରାଯିବ। ପୂର୍ବରୁ ପ୍ରତିଦିନ ଏଠାରେ ପ୍ରାୟ ୬୦,୦୦୦ରୁ ଉର୍ଦ୍ଧ୍ୱ ଭକ୍ତଙ୍କ ଭିଡ଼ ଲାଗିଥାଏ।

Comment