ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସାଉଥର ନମ୍ବର ଓ୍ୱାନ ମେଗାଷ୍ଟାର ନାଗାର୍ଜୁନ୍ ନିଜର ୟୁନିକ ଷ୍ଟାଇଲ୍ ଓ ଆକଟିଂ ପାଇଁ ବହୁ ପରିଚିତ। ଜଣେ ପ୍ରଖ୍ୟାତ ପ୍ରଯୋଜକ ଓ ନିର୍ଦ୍ଦେଶକ ଭାବେ ବି ସେ ନିଜର ଏକ ଅନ୍ୟୁନ ପରିଚୟ ସୃଷ୍ଟି କରିପାରିଛନ୍ତି। କେବଳ ସାଉଥ୍‌ ସିନେମାରେ ନୁହେଁ ବଲିଉଡରେ ବି ନାଗାର୍ଜୁନ ନିଜ ଅଭିନୟର ଯାଦୁ ଦେଖାଇସାରିଛନ୍ତି। ୧୯୯୨ରେ “ଖୁଦାଗଓ୍ୱା” ଫିଲ୍ମରୁ ବଲିଉଡରେ ପାଦ ଥାପିଥିଲେ ତେଲୁଗୁ ଷ୍ଟାର୍ ନାଗାର୍ଜୁନ।

ଏଥିରେ ତାଙ୍କୁ ଶ୍ରୀଦେବୀ ଓ ବିଗ୍ ବି ଅମିତାଭ ବଚ୍ଚନଙ୍କ ସହ ଅଭିନୟ କରିଥିବା ଦେଖିବାକୁ ମିଳିଥିଲା ତେଲୁଗୁ ଇଣ୍ଡଷ୍ଟ୍ରିର ଏହି ସୁପର୍ ଷ୍ଟାରଙ୍କର ଆଜି ଜନ୍ମଦିନ।

ଏହି ଅବସରରେ ଆସନ୍ତୁ ଜାଣିବା ନାଗାର୍ଜୁନଙ୍କ ବିଷୟରେ କିଛି କଥା।

-ନାଗାର୍ଜୁନଙ୍କ ପୂରା ନାଁ ହେଲା  ଅକିନେନୀ ନାଗାର୍ଜୁନ୍ ରାଓ, ଦକ୍ଷିଣୀ ସିନେମା ଜଗତର ଜଣେ ବହୁ ଚର୍ଚ୍ଚିତ ଅଭିନେତା।

ବଲିଉଡ ଅଭିନେତ୍ରୀ ତବୁଙ୍କ ସହିତ ତାଙ୍କର ଏକ୍ସଟ୍ରା ମାରିଟେଲ୍ ଆଫାୟାର୍ କୁ ନେଇ ବି  ସେ ଚର୍ଚ୍ଚାକୁ ଆସିସାରିଛନ୍ତି। ଦୁଇଟି ବିବାହ କରିଥିବା ନାଗାର୍ଜୁନ ନିଜ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଇ ଦକ୍ଷିଣୀ ଅଭିନେତ୍ରୀ ଅମଲଙ୍କ ସହିତ ଦ୍ୱିତୀୟ ବିବାହ କରିଥିଲେ। ଏହାପରେ ବି ଅଭିନେତ୍ରୀ ତବୁଙ୍କ ସହିତ ତାଙ୍କର ଏକ୍ସଟ୍ରା ମାରିଟେଲ୍ ଆଫାୟାର୍ ଥିଲା ବୋଲି ଚର୍ଚ୍ଚା ହେଉଥିଲା।

ଇଣ୍ଡଷ୍ଟ୍ରିର ସବୁଠାରୁ ଧନୀ ଆକ୍ଟରଙ୍କ ତାଲିକାରେ ତାଙ୍କ ନାମ ରହିଛି। ରିପୋର୍ଟ ଅନୁଯାୟୀ, ନାଗାର୍ଜୁନ ଓ ତାଙ୍କ ପରିବାରର ସମସ୍ତ ସମ୍ପତ୍ତିର ମୂଲ୍ୟ ପ୍ରାୟ ୩୦୦୦ କୋଟି ହେବ।

‘ଅନ୍ନପୂର୍ଣ୍ଣା ଷ୍ଟୁଡିଓ ପ୍ରୋଡକ୍ସନ୍’ ନାମରେ ତାଙ୍କର ଏକ ପ୍ରୋଡକ୍ସନ୍ ହାଉସ୍ ଅଛି। ଏହା ପ୍ରାୟ ୭ ଏକର ଜମି ପରିଧିରେ ନିର୍ମିତ। ଏହାବ୍ୟତୀତ ସେ ହାଇଦ୍ରାବଦରେ ଥିବା ‘ଅନ୍ନପୂର୍ଣ୍ଣ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ଆଣ୍ଡ୍ ମିଡିଆ’ର ଅଧ୍ୟକ୍ଷ ଓ ଏମ୍ଏନ୍ଏବନ୍ ରିଆଲିଟି ଏଣ୍ଟର୍ ପ୍ରାଇଜେସର ଫାଉଣ୍ଡିଙ୍ଗ ପାର୍ଟନର୍।

ନିଜର ଅତ୍ୟଧିକ ଆୟ ପାଇଁ ଫୋର୍ବସ୍ ପତ୍ରିକାରେ ଦୁଇ ଥର (୨୦୧୨ ଓ ୨୦୧୩ )ସ୍ଥାନ ପାଇଛନ୍ତି ନାଗାର୍ଜୁନ୍। ରୋଲ୍ସ୍ ରଏସ୍ , ରେଂଜ ରୋଭର୍, ବିଏମ୍ ଡବ୍ଲୁ ଓ ପୋର୍ସେ ଭଳି ଦାମୀଗାଡ଼ି ତାଙ୍କ ପାଖରେ ରହିଛି।

LEAVE A REPLY

Please enter your comment!
Please enter your name here