ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମସ୍ତେ ଜାଣନ୍ତି ଯେ ଭଗବାନ ଗଣେଶଙ୍କ ବାହନ ମୂଷା। ହେଲେ ମୂଷା କେମିତି ଗଣେଶଙ୍କ ବାହନ ହେଲେ ସେ ବିଷୟରେ ଖୁବ୍‌ କମ୍‌ ଲୋକ ଜାଣିଥିବେ। ଗଣେଶ ଓ ମୂଷାର ସମ୍ପର୍କ ନେଇ ବିଭିନ୍ନ ପ୍ରକାର କାହାଣୀ ରହିଛି। ସେହି ମଧ୍ୟରୁ ଆଜି ଆମେ ଆପଣଙ୍କୁ ଗୋଟିଏ କାହାଣୀ କହିବୁ ଯେଉଁଥିରୁ ଆପଣ ଜାଣି ପାରିବେ ଯେ ମୂଷା କେମିତି ଗଣେଶଙ୍କ ବାହନ ହେଲା।

ପୁରାଣ ଅନୁସାରେ ଗଜମୁଖାସୁର ନାମକ ଏକ ରାକ୍ଷସ ସଙ୍ଗେ ଗଜାନନଙ୍କ ଯୁଦ୍ଧ ହୋଇଥିଲା। ହେଲେ ରାକ୍ଷସ ଦେବତାଙ୍କଠୁ ବର ପ୍ରାପ୍ତ କରିଥିଲା ଯେ କୌଣସି ଅସ୍ତ୍ରରେ ତା’ର ମୃତ୍ୟୁ ହେବ ନାହିଁ। ଯୁଦ୍ଧରେ ଗଣେଶ ଯେତେ ପ୍ରକାର ଚେଷ୍ଟା କରିଥିଲେ ବି ରାକ୍ଷସଙ୍କୁ ପରାଜିତ କରିପାରିନଥିଲେ। ଶେଷରେ ବୁଦ୍ଧି ଲଗାଇ ନିଜ ଦାନ୍ତରେ ରାକ୍ଷସକୁ ନିହତ କରିବାକୁ ଉଦ୍ୟମ କଲେ।ଏଥିରେ ରାକ୍ଷସ ଭୟଭୀତ ହୋଇ ମୂଷା ରୂପ ଧାରଣ କରିନେଇଥିଲା। ଦୌଡ଼ିବାକୁ ଚେଷ୍ଟା କରିଥିଲା। ହେଲେ ଗଣେଶ ରାକ୍ଷସକୁ ଧରିବାରେ ସକ୍ଷମ ହୋଇଥିଲେ। ତାକୁ ବାନ୍ଧି ଦେଇଥିଲେ। ତା’ପରେ ରାକ୍ଷସ ଭଗବାନ ଗଣେଶଙ୍କୁ କ୍ଷମା ମାଗିଥିଲା। ସେତେବେଳେ ଗଣେଶ ତାକୁ ନିଜ ବାହାନ କରି ତାକୁ ଜୀବନ ଦାନ ଦେଇଥିଲେ।

Comment