ଓଡ଼ିଶାଲାଇଭ୍ ବ୍ୟୁରୋ

ପଶ୍ଚିମ ଓଡ଼ିଶାର ଲୋକପର୍ବରେ ରହିଛି କେତେ ନା କେତେ ପ୍ରଥା ଓ ପରମ୍ପରା। ସୋନପୁର ଗଡ଼ଜାତବାସୀ ନୂଆଁଖାଇ ଦିନ ଅନ୍ନ ବ୍ୟଞ୍ଜନ, ନାନାଦି ପିଠାପଣା ତିଆରି କରି ଖାଇଥାନ୍ତି ତାହାନୁହେଁ, ବରଂ ଗଡ଼ଜାତର ଇଷ୍ଟଦେବୀ ମା’ ସୁରେଶ୍ୱରୀଙ୍କ ପାଖରେ ନବାନ୍ନ ସାଙ୍ଗକୁ ନାନାଦି ଭୋଗ ସମର୍ପଣ କରାଯାଏ।

ଆଉ ଏଥିପାଇଁ ମା’ ସମଲେଇ ମନ୍ଦିରରୁ ଇଷ୍ଟଦେବୀ ମା’ ସୁରେଶ୍ୱରୀଙ୍କ ସମେତ ଅଷ୍ଟଚଣ୍ଡୀଙ୍କ ପୀଠକୁ ପାହୁର ଯିବା ପରମ୍ପରା ଆଜି ବି ରହିଛି।

କାହିଁ କେତେ ଦିନରୁ ସୋନପୁର ଗଡ଼ଜାତରେ ପାହୁର ପରମ୍ପରା ଚାଲିଆସିଛି। ପ୍ରାୟ ୧୬୪୦ ମସିହାରୁ ଚୌହାନ ରାଜାଙ୍କ ଶାସନ ଅମଳରୁ ଆରମ୍ଭ ହୋଇଥିବା ଏହି ପାହୁର ପରମ୍ପରା ଆଜି ବି ଅତୁଟ ରହିଛି।

ସୋନପୁର ଗଡ଼ଜାତର ଇଷ୍ଟଦେବୀ ମା’ ସୁରେଶ୍ୱରୀଙ୍କ ସହିତ ଭଗବତୀ, ସମଲେଇ,ଖମ୍ବେଶ୍ୱରୀ, ବୁଢ଼ି ସମଲେଇ, ଶ୍ମଶାନ ଚଣ୍ଡୀ ଆଦି ଦେବୀଙ୍କ ପାଇଁ ସ୍ୱତନ୍ତ୍ର ଭୋଗ ଖଞ୍ଜା ପାହୁର ପହଞ୍ଚିଛି।

ପାହୁରରେ ସରୁ ବାସୁମତୀ ଅରୁଆ ଚାଉଳ, ମୁଗ, ଗୁଆଘିଅ, ଗୁଡ଼, ପନିପରିବା, ପିଠାପଣା ତିଆରି ପାଇଁ ସାମଗ୍ରୀ, ପଞ୍ଚାମୃତ ସାଙ୍ଗକୁ ନୂଆଁ ଧାନ ଆଦିର ବ୍ୟବସ୍ଥା କରାଯାଇଥାଏ।

କୃଷି ଭିତ୍ତିକ ପର୍ବ ନୂଆଁଖାଇରେ ପାହୁର ପରି ଏକ ଅନନ୍ୟ ପରମ୍ପରା ସମାଜ ଭିତରେ ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିପାରିଛି।

ମା’ ସୁରେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗି ହେବା ପରେ ସହରର ଅଷ୍ଟ ଚଣ୍ଡୀଙ୍କ ପାଖରେ ନବାନ୍ନ ସମର୍ପଣ

LEAVE A REPLY

Please enter your comment!
Please enter your name here