ଓଡ଼ିଶାଲାଇଭ୍ ବ୍ୟୁରୋ

କୃଷି ଓ କୃଷକଙ୍କ ପର୍ବ ନୂଆଁଖାଇ ଅବସରରେ ‘କାଳିଆ’ ଯୋଜନାରେ ଓଡ଼ିଶାର ଚାଷୀଙ୍କ ଆକାଉଣ୍ଟକୁ ଯାଇଛି ୨୦୦୦ ଟଙ୍କା ଲେଖାଏଁ ସହାୟତା ରାଶି। ଏହା ଦ୍ଵାରା ଉପକୃତ ହେବେ ରାଜ୍ୟର ୪୪ ଲକ୍ଷରୁ ଊର୍ଦ୍ଧ୍ଵ ଚାଷୀ ପରିବାର।

ବୁଧବାର ଦିନ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରାଜ୍ୟର ଚାଷୀମାନଙ୍କୁ ୨୦୦୦ ଟଙ୍କା ଲେଖାଏଁ କାଳିଆ ସହାୟତା ରାଶି ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ରବି ଫଲସ ପାଇଁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି।

କାଳିଆ ଯୋଜନାରେ ରାଜ୍ୟର ୪୪ ଲକ୍ଷରୁ ଊର୍ଦ୍ଧ୍ଵ କ୍ଷୁଦ୍ରଚାଷୀ, ନାମମାତ୍ର ଚାଷୀ ଓ ଭୂମିହୀନ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଛି ୯୦୦ କୋଟି ଟଙ୍କା।

Tags: #Nuakhai #FarmerBeneficiaries #KaliaScheme #Odisha #CMOdisha

LEAVE A REPLY

Please enter your comment!
Please enter your name here