ଓଡ଼ିଶାଲାଇଭ୍‌ ବ୍ୟୁରୋ

ପରିବେଶ ପ୍ରଦୂଷଣକୁ କମ୍ କରିବା ପାଇଁ ଚଳିତ ବର୍ଷ ଅନେକ ସ୍ଥାନରେ ଇକୋ ଫ୍ରେଣ୍ଡଲୀ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଇଛି। କିନ୍ତୁ ଇନ୍ଦୋରର ଗୋଟିଏ ପରିବାର ଚକଲେଟ୍ ଗଣେଶ ତିଆରି କରି ପୂଜା କରିଛନ୍ତି।

ଇନ୍ଦୋର ଚକୋଲେଟ୍ ମେକର୍ ନିଧି ଶର୍ମା ତିଆରି କରିଛନ୍ତି ଏହି ଚକୋଲେଟ୍ ଗଣେଶ। ଏହାକୁ ଘରେ ସବୁ ପ୍ରକାର ଟେମ୍ପ୍ରେଚରରେ ରଖାଯାଇପାରିବ। ଡାର୍କ ଚକୋଲେଟ୍, କେରାମେଲ୍, ଲବଙ୍ଗ, କର୍ପୁର ଆଦି ସାମଗ୍ରୀରେ ଏହି ଚକୋଲେଟ୍ ଗଜାନନଙ୍କୁ ତିଆରି କରାଯାଇଥିଲା। ଫଳରେ କୌଣସି ପ୍ରକାର ପୋକ, ପିମ୍ପୁଡ଼ି, ଜନ୍ଦା ଏଥିରେ ଲାଗିବ ନାହିଁ।

୧୦ ଦିନ ପରେ ବିସର୍ଜନ ବିଧିରେ ଏହାକୁ ଗରମ କ୍ଷୀରରେ ପକାଇ ଦିଆଯିବ। ଗରମ କ୍ଷୀରରେ ଏହା ସହଜରେ ମିଳେଇଯିବ, ଯାହାକୁ ଛୋଟ ପିଲାମାନେ ପ୍ରସାଦ ଭଳି ସେବନ କରିପାରିବେ।

Comment