ଓଡ଼ିଶାଲାଇଭ ବ୍ୟୁରୋ

ରାଜଧାନୀ ପରେ ଖୋର୍ଦ୍ଧା ପୋଲିସ ମଧ୍ୟ ଆକ୍ସନ ମୋଡରେ। ଖୋର୍ଦ୍ଧା ଜିଲ୍ଲା ରାମେଶ୍ଵର ନିକଟରେ ବୁଧବାର ରାତିରେ ଏନକାଉଣ୍ଟର ହୋଇଛି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ଜାମସେଦ ଖାଁ ଆହତ ହୋଇଛି। ତା ବାମ ଗୋଡ଼ରେ ଗୁଳି ବାଜିଛି। ତାକୁ ପ୍ରଥମେ  ଖୋର୍ଦ୍ଧା ଡାକ୍ତରଖାନା ଓ ପରେ ଭୁବନେଶ୍ଵର ଏମ୍ସରେ ଭର୍ତ୍ତି କରାଯାଇଛି।

ଜାମସେଦ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ଗତ କିଛିଦିନ ହେବ ପୋଲିସ ତାକୁ ଖୋଜୁଥିଲା। ତେବେ ବୁଧବାର ରାତିରେ ରାମେଶ୍ଵର ନିକଟସ୍ଥ ଏକ ଜଙ୍ଗଲରେ ଜାମସେଦ ଥିବା ଖବର ପାଇ ନିରାକାର ଥାନା ପୋଲିସ ଓ ଟାଙ୍ଗି ଥାନା ପୋଲିସ ଚଢ଼ାଉ କରିଥିଲା।

ଚଢ଼ାଉ ବେଳେ ଜାମସେଦ ପ୍ରଥମେ ପୋଲିସ ଉପରକୁ ବୋମା ମାଡ଼ କରିଥିଲା। ଏଥିରେ ନିରାକାର ଥାନା ଆଇଆଇସି ଓ ଟାଙ୍ଗି ଥାନା ଆଇଆଇସି ଆହତ ହୋଇଛନ୍ତି। ତେବେ ପୋଲିସର ପାଲଟା ଆକ୍ରମଣରେ ଜାମସେଦର ବାମ ଗୋଡ଼ରେ ଗୁଳି ବାଜିଥିଲା।

LEAVE A REPLY

Please enter your comment!
Please enter your name here