ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଫସିଥିବା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମଙ୍କୁ ପୁଣିଥରେ ବଡ଼ ଝଟକା ଲାଗିଛି। ଇଡି ମାମଲାର ଶୁଣାଣି କରି ଚିଦାମ୍ବରମଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ।

ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ଚିଦାମ୍ବରମ। ବର୍ତ୍ତମାନ ସ୍ଥିତିରେ ଚିଦାମ୍ବରମଙ୍କୁ ଜାମିନ ଦେଲେ ତଦନ୍ତ ପ୍ରଭାବିତ ହେବା ଆଶଙ୍କା ଥିବା କୋର୍ଟ କହିଛନ୍ତି। ଆଗୁଆ ଜାମିନ ଦେବା ଲାଗି ଏହା ଉପଯୁକ୍ତ ମାମଲା ନୁହେଁ ବୋଲି କୋର୍ଟ କହିଛନ୍ତି।

କୋର୍ଟଙ୍କ ରାୟପରେ ସିବିଆଇ ହେପାଜତରେ ଥିବା ଚିଦାଙ୍କୁ ଯେକୌଣସି ମୁହୂର୍ତ୍ତରେ ଚିଦାମ୍ବରମଙ୍କୁ ଗିରଫ କରିପାରେ ଇଡି। ଏହା ପୂର୍ବରୁ ସୁପ୍ରିମକୋର୍ଟ ଶୁଣାଣି କରି କହିଥିଲେ ଚିଦାମ୍ୱରମ ସେପ୍ଟମ୍ୱର ୫ଯାଏ ସିବିଆଇ ହେପାଜତରେ ରହିବେ। ଆଜି ଚିଦାଙ୍କ ସିବିଆଇ ରିମାଣ୍ଡ ସରୁଛି।

Comment