ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜଳପଥ ଦେଇ ଆତଙ୍କବାଦୀମାନେ ଭାରତ ଉପରକୁ ଆକ୍ରମଣ କରିବାର ସମ୍ଭାବନା ରହିଛି। ଗୁଇନ୍ଦା ବିଭାଗ ପକ୍ଷରୁ ଏନେଇ ରିପୋର୍ଟ ଆସିବା ପରେ ଦେଶର ସମସ୍ତ ସମୁଦ୍ର ଉପକୂଳକୁ ଆଲର୍ଟ ଜାରି କରାଯାଇଛି। ତେବେ ଓଡ଼ିଶାକୁ ସତର୍କ ଜାରୀ ହେବା ପରେ ସମୁଦ୍ର ଉପକଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ରାଜ୍ୟର ସମୁଦ୍ରକୂଳବର୍ତ୍ତୀ ୭ଟି ଜିଲ୍ଲାର ଏସ୍‌ପିଙ୍କୁ ଗୃହ ବିଭାଗ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି। ଫଳରେ ରାଜ୍ୟ ୭ଟି ସାମୁଦ୍ରିକ ଥାନା ପକ୍ଷରୁ ଜଳପଥରେ ପେଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ଇଣ୍ଟରସେପ୍ଟର ସ୍ପିଡ୍‌ ବୋଟ୍‌ ସାହାଯ୍ୟରେ ସାମୁଦ୍ରିକ ଥାନା ପକ୍ଷରୁ ପେଟୋଲିଂ କରାଯାଉଥିବା ଦେଖିବାକୁ ମିଳିଛି।

ଜଗତସିଂହପୁରର ଜଟାଧାରୀ ମୁହାଣ ଥାନା, ଅସ୍ତରଙ୍ଗ ସାମୁଦ୍ରିକ ଥାନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଜୋରଦାର କରାଯାଉଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ସମୁଦ୍ର ମଧ୍ୟରେ କୌଣସି ସନ୍ଦେହଜନକ ବୋଟ୍‌ ଦେଖିଲେ ତୁରନ୍ତ ସୂଚନା ଦେବାକୁ ମତ୍ସ୍ୟଜୀବିମାନଙ୍କୁ କୁହାଯାଇଛି।

Comment