ଓଡ଼ିଶାଲାଇଭ୍ ବ୍ୟୁରୋ

ବଦଳିବ ରାଜଧାନୀ ଭୁବନେଶ୍ୱରର ପାର୍କିଂ ବ୍ୟବସ୍ଥା। ଅଳ୍ପ ଦିନ ମଧ୍ୟରେ ଭୁବନେଶ୍ୱରରେ ଲାଗୁ ହେବାକୁ ଯାଉଛି ନୂଆ ପାର୍କିଂ ନିୟମ। ପାର୍କିଂ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ କମିସନରେଟ୍ ପୋଲିସ୍ କଡ଼ାକଡ଼ି ଭାବେ ନିୟମ ପ୍ରଣୟନ କରିବା ପରେ ବିଏମସି ତରଫରୁ ମଧ୍ୟ ନୂଆ ପାର୍କିଂ ପ୍ଲାନ୍ ପ୍ରସ୍ତୁତ କରାଯାଉଛି।

ଜିଆଇଜେଡ୍ ନାମକ ଏକ ସଂସ୍ଥାକୁ ରାଜଧାନୀର ନକ୍ସା, ପାର୍କିଂ ନିୟମ ଓ ଟ୍ରାଫିକ୍ ବ୍ୟବସ୍ଥାକୁ ଅନୁଧ୍ୟାନ କରିବାକୁ ଦାୟିତ୍ୱ ଦିଆଯାଇଛି। ଆସନ୍ତା ୬ ମାସ ଭିତରେ ସମସ୍ତ ପ୍ରକ୍ରିୟା ଶେଷ କରାଯିବ। ଏହାପରେ ଆଗାମୀ ଏକବର୍ଷ ମଧ୍ୟରେ ରାଜଧାନୀରେ ନୂଆ ପାର୍କିଂ ନିୟମ ଲାଗୁ ହେବ ବୋଲି ନିଷ୍ପତ୍ତି ନିଆଯାଇଛି।

“ନୂଆ ପାର୍କିଂ ନିୟମ ପରେ ସାଧାରଣ ଲୋକ ଆଉ ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ଟ୍ରାଫିକ୍ ବ୍ୟବସ୍ଥାରେ ବି ପରିବର୍ତ୍ତନ ଆସିବ” କହିଛନ୍ତି ବିଏମ୍‌ସି କମିସନର।

ତେବେ କ‘ଣ ରହିବ ବିଏମସିର ନୂଆ ପାର୍କିଂ ପ୍ଲାନିଂ

‘ଣ ରହିବ ନୂଆ ପାର୍କିଂ ନିୟମ

  • କେଉଁ କେଉଁ ଅଞ୍ଚଳରେ ଗାଡ଼ି ପାର୍କିଂ ହୋଇପାରିବ
  • କେଉଁଠି ଗାଡ଼ି ପାର୍କିଂ ପାଇଁ କେତେ ଟଙ୍କା ଦେବାକୁ ପଡ଼ିବ
  • କିଏ ଏହି ପାର୍କିଂ ଫି’ ଆଦାୟ କରିପାରିବ
  • କେଉଁ କେଉଁ ସଂସ୍ଥା କେତେ ପାର୍କିଂ ଅଞ୍ଚଳ ରଖିବେ
  • ପାର୍କିଂ ନିୟମ ଉଲଂଘନ କଲେ କେତେ ଜରିମାନା ଆଦାୟ କରାଯିବ

ନୂଆ ପାର୍କିଂ ନୀତିରେ ଏହି ସବୁ ନିୟମ ଲାଗୁ କରାଯିବ

  • ଅନୁଷ୍ଠାନର ପାର୍କିଂ ପାଇଁ  ୩ ବର୍ଷ ପାଇଁ ଜାଗା ନିଲାମ ଦିଆଯିବ
  • ଅନୁଷ୍ଠାନଗୁ଼ଡ଼ିକ ବିଏମସିକୁ ତିନିଟି ପର୍ଯ୍ୟାୟରେ ଟଙ୍କା ଦେବେ
  • ଟଙ୍କା ଜମା କରିଥିବା ଅନୁଷ୍ଠାନ ଲୋକଙ୍କ ପାଖରୁ ପାର୍କିଂ ଫି’ ଆଦାୟ କରିପାରିବ ନାହିଁ
  • ନିୟମର ଉଲଘଂନ କଲେ କରାଯିବ ଜୋରିମାନା

ଏନେଇ ବିଏମ୍‌ସି ତରଫରୁ ୮ଟି ପ୍ୟାକେଜରେ ୩୧ଟି ପାର୍କିଂସ୍ଥଳୀକୁ ଆବଣ୍ଟନ କରାଯିବ। ଏହାସହ ୨୫ଟି ଗୋଟିକିଆ ପାର୍କିଂସ୍ଥଳୀ ପାଇଁ ନିଲାମ ଡାକରା ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ସେପ୍ଟେମ୍ବର ୨୭ ସୁଦ୍ଧା ସମସ୍ତ ପ୍ରକିୟା ଶେଷ ହୋଇ ଜାଗା ବଣ୍ଟନ କରାଯିବ। ଆସନ୍ତା ଏକ ବର୍ଷ ମଧ୍ୟରେ ଏହି ନିୟମ ଲାଗୁ କରାଯିବ।

୧୦୦ ମିଟର ପରିଧିକୁ ନେଇ ଗୋଟିଏ ପ୍ୟାକେଜ ସ୍ଥିର କରାଯାଇଛି। ପ୍ରତ୍ୟେକ ପ୍ୟାକେଜରେ କିଛି କିଛି ଅଞ୍ଚଳ ରହିଛି। ପ୍ୟାକେଜ୍ ୧ରେ ଶିଶୁ ଭବନରୁ ରାଜମହଲ ପର୍ଯ୍ୟନ୍ତ ରାସ୍ତା ରହିବ। ସେହିଭଲି ପ୍ୟାକେଜ୍ ୨ରେ ଅଶୋକ ନଗର ଶ୍ରୀଲେଦରରୁ ଅଶୋକ ମାର୍କେଟ ପର୍ଯ୍ୟନ୍ତ, ପ୍ୟାକେଜ୍ ୩ରେ ମାଷ୍ଟରକ୍ୟାଣ୍ଟିନ୍‌ରୁ ଶ୍ରୀୟା ଛକ, ପ୍ୟାକେଜ୍ ୪ରେ ଶ୍ରୀୟା ଛକରୁ ହୋଟେଲ୍ ମାରିଅନ୍ ପର୍ଯ୍ୟନ୍ତ ରାସ୍ତା ରହିବ। ଏଥିସହ ଶ୍ରୀୟା ଛକରୁ ପଣ୍ଡା ଲାଇଫ୍ ଷ୍ଟାଇଲ୍ ପର୍ଯ୍ୟନ୍ତ ଅଞ୍ଚଳ ମଧ୍ୟ ଏହି ପ୍ୟାକେଜରେ ରହିବ। ତା’ସହ ଖାରବେଳନଗର, ସତ୍ୟନଗର ଓ ସହିଦନଗରର କିଛି ଅଞ୍ଚଳ ମଧ୍ୟ ଏହି ପ୍ୟାକେଜରେ ରହିବ।

ଅନ୍ୟପଟେ ସହିଦ ନଗର ଅଞ୍ଚଳକୁ ପ୍ୟାକେଜ ୫ ଓ ୟୁନିଟ ୧ ଅଞ୍ଚଳକୁ ପ୍ୟାକେଜ ୬ ଭାବରେ ସ୍ଥିର କରାଯାଇଛି। ସେହିପରି ପ୍ୟାକେଜ ୭ ଭାବରେ ଭୌମନଗର ଓ ପ୍ୟାକେଜ ୮ ଭାବରେ ୟନିଟ-୪ ଅଞ୍ଚଳକୁ ସ୍ଥିର କରାଯାଇଛି।

ଗୋଟିଏ ପ୍ୟାକେଜ୍ ଅଞ୍ଚଳରେ ଜଣେ ଲୋକ ସବୁବେଳେ ପାର୍କିଂ କରୁଥିଲେ ତାଙ୍କୁ ବାରମ୍ବାର ଟିକେଟ୍‌ କାଟିବାକୁ ପଡ଼ିବ ନାହିଁ।  ଗୋଟିଏ ଟିକେଟ୍‌ର ସମୟସୀମା ୪ଘଣ୍ଟା ରହିବ।କେବଳ ଚାରିଚକିଆ ହାଲୁକା ଗାଡ଼ି(କାର) ପାଇଁ ପାର୍କିଂ ଅବଧି ୨ ଘଣ୍ଟା ରହିବ।

୨ ବର୍ଷ ପୂର୍ବରୁ ବିଏମମ୍ସି ପକ୍ଷରୁ ଏହି ପ୍ୟାକେଜ୍ ପାର୍କିଂ ସିଷ୍ଟମ୍ ଲାଗୁ କରାଯାଇଥିଲା। ହେଲେ ସେତେବେଳେ କୌଣସି ସଂସ୍ଥା ନିଲାମ ନେଇ ନଥିଲେ।

Comment