ଓଡ଼ିଶାଲାଇଭ୍ ବ୍ୟୁରୋ

ଆପଣଙ୍କୁ ଟ୍ରାଫିକ୍‌ ପୋଲିସ୍‌ ଧରିଛି କି? ଏବଂ ଗାଡ଼ିର କାଗଜପତ୍ର ମାଗୁଛନ୍ତି କି? ଯଦି ଗାଡ଼ିର କାଗଜପତ୍ର ପାଖରେ ନାହିଁ ଅଥବା ଘରେ ଛାଡ଼ି ଦେଇଛନ୍ତି, ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ଡାଉନ୍‌ଲୋଡ୍‌ କରନ୍ତୁ ‘ଡିଜିଲକର୍‌ ଆପ୍‌’। କଟିବନି ଚାଳାଣ ଅଥବା ଧରି ବୁଲିବାକୁ ପଡ଼ିବ ନାହିଁ।

ସରକାରଙ୍କ ଦ୍ୱାରା ନୂଆ ମୋଟର ଯାନ ଆଇନ୍ ଆଗତ ହେବା ପରେ ଟ୍ରାଫିକ୍‌ ପୋଲିସଙ୍କ ଜାଲରେ ଫସୁଛନ୍ତି ନିୟମ ଉଲ୍ଲଘଂନ କରୁଥିବା ଗାଡ଼ି ଚାଳକ। ସେପ୍ଟେମ୍ବର ପହିଲାରୁ ଏହି ନିୟମ ଲାଗୁ ହେବା ପରେ ମୋଟା ଅଙ୍କର ଜରିମାନା ଆଦାୟ ହେଉଛି। ଯଦି କେଉଁ ସ୍ଥାନକୁ ଡ୍ରାଇଭିଂ ଲାଇସେନ୍ସ, ଅନ୍ୟ କାଗଜପତ୍ର ଯଥା, ଆର୍‌ସି ବୁକ୍‌, ଇନ୍‌ସୁରାନ୍ସ ଭଳି ଦସ୍ତାବିଜ୍‌ ନ ନେଇ ଯାତାୟାତ କରୁଛନ୍ତି, ତେବେ ନାକେଦମ୍‌ ହେବାକୁ ପଡ଼ୁଛି। କିନ୍ତୁ ବିନା କାଗଜପତ୍ରରେ ବି କଟିବନି ଚାଳାଣ। ଡାଉନ୍‌ଲୋଡ୍‌ କରନ୍ତୁ ଏକ ଆପ୍‌। ଏହି ଆପ୍‌ ଥିଲେ ଆପଣଙ୍କୁ କାଗଜପତ୍ର ଧରି ଦୂର ଦୂର ବାଟକୁ ଯିବାକୁ ପଡ଼ିବ ନାହିଁ।

 

 

ଭାରତ ସରକାରଙ୍କ ପରିବହନ ମନ୍ତ୍ରାଳୟ ଆଇଟି ଆକ୍ଟ ଅନୁସାରେ, ଆପଣଙ୍କ ଗାଡ଼ିର ଦସ୍ତାବିଜ୍‌ ବା ହାର୍ଡକପି ବଦଳରେ କେନ୍ଦ୍ର ସରକାରଙ୍କ ଆପ୍ଲିକେସନ୍‌ ଏମ୍‌ ପରିବହନ ବା ଡିଜି ଲକର୍‌ ଇନ୍‌ଷ୍ଟଲ୍‌ କରି ନିଜର ଗାଡ଼ି ସମ୍ପର୍କିତ ସମସ୍ତ କାଗଜପତ୍ର ଦେଖାଇପାରିବେ।

ଯଦି କୌଣସି ଯାତ୍ରୀଙ୍କ ପାଖରେ ଏହି ଆପ୍‌ରେ ଦସ୍ତାବିଜ ଅଛି ତେବେ ତାଙ୍କୁ କାଗଜପତ୍ର ଧରି ବୁଲିବାକୁ ପଡ଼ିବ ନାହିଁ।

କେମିତି ଡିଜି ଲକର୍‌ ଆପ୍‌ ବ୍ୟବହାର କରିବେ?

ନିଜ ଫୋନ୍‌ର ପ୍ଲେ ଷ୍ଟୋର ଆପ୍‌କୁ ଯାଆନ୍ତୁ। ସର୍ଚ୍ଚ ଅପ୍‌ସନ୍‌ରେ ଡିଜି ଲକର୍‌ ଆପ୍‌ ଡାଉନ୍‌ଲୋଡ୍‌ କରନ୍ତୁ। ଡାଉନ୍‌ଲୋଡ୍‌ ହେବା ପରେ ସାଇନ୍‌ ଅପ୍‌ କରନ୍ତୁ। ସାଇନ୍‌ ଅପ୍‌ କରି ମୋବାଇଲ୍‌ ନମ୍ବର ଏଣ୍ଟର କରନ୍ତୁ। ଏହାପରେ ଆପଣଙ୍କ ମୋବାଇଲ୍‌ର ମେସେଜ୍‌କୁ ଗୋଟିଏ ଓଟିପି କୋଡ୍‌ ଆସିବ। ଏହି ଓଟିପି କୋଟ୍‌କୁ ଏଣ୍ଟର କରି ଭେରିଫାଇ କରନ୍ତୁ।

ଆପ୍‌ରେ ଲଗ୍‌ଇନ୍‌ କରିବା ପାଇଁ ବ୍ୟବହାରକାରୀ ତାଙ୍କ ନାମ ଏବଂ ପାସ୍‌ଓ୍ୱାର୍ଡ ସେଟ୍‌ କରନ୍ତୁ। ଏବେ ଆପଣଙ୍କ ଡିଜି ଲକର୍‌ ଆପ୍‌ ପ୍ରସ୍ତୁତ।

ନିଜ ଡିଜି ଲକର୍‌ ଆପ୍‌ରେ ଆଧାର ନମ୍ବର ଏଣ୍ଟର କରିବେ। ଅଧାର କାର୍ଡରେ ସହ ରେଜିଷ୍ଟର ଥିବା ଫୋନ୍‌ ନମ୍ବରରେ ଏକ ଓଟିପି ନମ୍ବର ଯିବ। ଯାହାକୁ ଏଣ୍ଟର କରି ଆପଣ ଆଧାରକାର୍ଡ ସହ ଡିଜି ଲକର୍‌କୁ ଭେରିଫାଇ କରିପାରିବେ।

ଏବେ ଡିଜି ଲକର୍‌ ଆପ୍‌ ମାଧ୍ୟମରେ ଆରସି ବୁକ୍‌, ଲାଇସେନ୍ସ ଓ ଇନ୍‌ସୁରାନ୍ସ, ଗାଡ଼ି ରେଜିଷ୍ଟ୍ରେସନ୍‌ର କପି ଡାଉନ୍‌ଲୋଡ କରିପାରିବେ ଏବଂ ଟ୍ରାଫିକ୍‌ ପୋଲିସ୍‌କୁ ଦେଖାଇପାରିବେ।

ଏମ୍‌ ପରିବହନ ଆପ୍‌ରେ ଗାଡ଼ି ଚାଳକଙ୍କ ନାମ, ରେଜିଷ୍ଟ୍ରେସନ୍‌ ତାରିଖ, ମଡେଲ ନମ୍ବର ଓ ଇନ୍‌ସୁରାନ୍ସର ସମୟସୀମା ଆଦି ବିବରଣୀ ଥାଏ।

ଫିକ୍ ପୋଲିସ୍ ନିଜ ପାଖରେ ଥିବା ମୋବାଇଲରୁ ଡ୍ରାଇଭର୍ କିମ୍ବା ପରିବହନର ବିବରଣୀ ନେବାପାଇଁ କ୍ୟୁଆର୍ କୋଡ୍ ଜରିଆରେ ଡାଟାକୁ ବାହାର କରି ଦେଖିପାରିବେ।

Comment