ଓଡ଼ିଶାଲାଇଭ୍ ବ୍ୟୁରୋ

ଆପଣଙ୍କ ଅଞ୍ଚଳରେ ଇଣ୍ଟରନେଟ୍ ନାହିଁ କି?  ଆପଣ ନିଜ ପାଖ ଲୋକଙ୍କ ସହ ବିନା ଇଣ୍ଟରନେଟରେ କଥା ହୋଇପାରୁ ନାହାନ୍ତି କି? ତେବେ ଆପଣଙ୍କ ସମସ୍ୟାର ସମାଧାନ ଖୋଜି ବାହାର କରିଛି fire chat ଆପ୍।

ଏହି ଆପ୍ ସାହାଯ୍ୟରେ ଆପଣ ବିନା କୌଣସି ଇଣ୍ଟରନେଟରେ ଆପଣ ନିଜର ନିକଟ ବନ୍ଧୁମାନଙ୍କ ସହ ଅନଲାଇନ୍ ଚାଟିଂ କରିପାରିବେ। ତେବେ ଆପଣ କେବଳ ଆପଣଙ୍କଠାରୁ ୨୦୦ମିଟର ଭିତରେ ଥିବା ଲୋକଙ୍କ ସହ ଏହି ଆପରେ କଥା ହୋଇପାରିବେ।ମୁଖ୍ୟତଃ ଇଣ୍ଟରନେଟ୍ ବନ୍ଦ ହୋଇଯାଇଥିବା ସ୍ଥାନମାନଙ୍କରେ ବିକ୍ଷୋଭ କରୁଥିବା ଲୋକମାନଙ୍କ ପାଇଁ ଏହି ଆପ୍ ବେଶ୍ ସହାୟକ ହୋଇପାରୁଛି ବୋଲି କୁହାଯାଉଛି। ସେମାନେ ତାଙ୍କର ଘରେ ରହି ତାଙ୍କ ଆଖ ପାଖର ଲୋକମାନଙ୍କ ସହ ଏହି ଆପ୍ ସାହାଯ୍ୟରେ ଚାଟିଂ କରିପାରୁଛନ୍ତି।

ଏଭଳି ଏକ ଆପକୁ ଓପନ୍ ଗାର୍ଡେନ ନାମକ କମ୍ପାନି ପ୍ରସ୍ତୁତ କରିଛି। ଏହା ଆପଣଙ୍କୁ ଆପଣଙ୍କ ଫୋନରେ ଥିବା ପ୍ଲେ ଷ୍ଟୋରରୁ ମିଳିପାରିବ।

Comment