ଓଡ଼ିଶାଲାଇଭ୍ ବ୍ୟୁରୋ

ଖୁବଶୀଘ୍ର ବଜାରକୁ ଆସିପାରେ ଜିଓ ସ୍ମାର୍ଟଫୋନ୍। କମ ଦାମରେ ଲୋକମାନଙ୍କୁ ଇଣ୍ଟରନେଟ୍ ଓ ସ୍ମାର୍ଟଫୋନ୍ ସେବା ଯୋଗାଇଦେବାକୁ ଯାଉଛି ଜିଓ କମ୍ପାନି।

ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁସାରେ, ଚଳିତବର୍ଷ ଶେଷ କିମ୍ବା ୨୦୨୧ ମସିହାରୁ ଜିଓ ଏହି ଶସ୍ତା ସ୍ମାର୍ଟଫୋନ୍ ବଜାରରେ ଲଞ୍ଚ କରିବ। ଯାହାକି ଇଣ୍ଟରନେଟ୍ ପ୍ୟାକ୍ ସହିତ ଲୋକଙ୍କ ପାଇଁ ଉପଲବ୍ଧ ହେବ।BGUରିଲାଏନ୍ସ ଇଣ୍ଟଷ୍ଟ୍ରୀଜ୍ ଗତ କିଛି ମାସ ତଳେ ଗୁଗୁଲ୍ ସହ ହାତ ମିଶାଇଥିଲା। ଯେଉଁଥିରେ ଗୁଗୁଲ ରିଲାଏନ୍ସ କମ୍ପାନିରେ ୪.୫ ବିଲିୟନ ଟଙ୍କା ବିନିଯୋଗ କରିବ ବୋଲି ଘୋଷଣା କରିଥିଲା। ଏହି କ୍ରମରେ ଏବେ ଗୁଗୁଲ ଓ ଜିଓ କମ୍ପାନି ମିଶି ଶସ୍ତା ସ୍ମାର୍ଟଫୋନ୍ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ବର୍ତ୍ତମାନ ଭାରତର ସ୍ମାର୍ଟଫୋନ୍ ବଜାରରେ ମୁଖ୍ୟତଃ ଚାଇନିଜ୍ କମ୍ପାନିଗୁଡ଼ିକ ଆଧିପତ୍ୟ ରହିଛି। ସାଓମି, ଭିଭୋ, ଓପୋ, ରିୟଲମି ଭଳି ଫୋନ୍ ଏବେ ସମସ୍ତ ଲୋକଙ୍କ ପାଖରେ ଦେଖିବାକୁ ମିଳୁଛି। ତେଣୁ କମ୍ପାନି କମ ଦାମରେ ଜିଓ ଫୋନ୍ ଲଞ୍ଚ କଲେ ତାହା ଲୋକଙ୍କ ମଧ୍ୟରେ ବେଶ ଲୋକପ୍ରିୟ ହୋଇପାରିବ ବୋଲି କୁହାଯାଉଛି।

Comment