ଓଡ଼ିଶାଲାଇଭ୍ ବ୍ୟୁରୋ

ଆପଣ ଯଦି ଶସ୍ତାରେ ଜିଓର କୌଣସି ପ୍ଲାନ୍ ପାଇବାକୁ ଚାହୁଁଛନ୍ତି ତେବେ ଏହାର ୭୫ଟଙ୍କାର ପ୍ଲାନ୍ ଆପଣଙ୍କ ପାଇଁ ବେଶ୍ ଲାଭବାନ ହେବ। ଏଥିରେ ଆପଣ ଇଣ୍ଟରନେଟ୍ ସହିତ କଲିଂ ସୁବିଧା ମଧ୍ୟ ପାଇପାରିବେ।

ଜିଓ ଫୋନ୍ ଗ୍ରାହକମାନଙ୍କ ପାଇଁ କମ୍ପାନି ପକ୍ଷରୁ ଏହି ସୁବିଧା ଆରମ୍ଭ କରଯାଇଛି। କେବଳ ଜିଓ ଫୋନ ବ୍ୟବହାର କରୁଥିବା ଗ୍ରାହକମାନେ ଏହି ପ୍ଲାନର ଫାଇଦା ଉଠାଇପାରିବେ।

ଏହି ପ୍ଲାନରେ ଗ୍ରାହକମାନଙ୍କୁ ୨୮ ଦିନର ବୈଧତା ମିଳିପାରିବ। ଏଥିସହିତ ଏଥିରେ ଗ୍ରାହକମାନଙ୍କ ପାଇଁ ୩ ଜିବିର ଇଣ୍ଟରନେଟ୍ ସୁବିଧା ମଧ୍ୟ ଦିଆଯାଉଛି। ମେସେଜ୍ ସୁବିଧା ପାଇଁ ଗ୍ରାହକଙ୍କୁ ୨୮ ଦିନ ପାଇଁ ମୋଟ ୫୦ଟି ଏସଏମଏସ ମାଗଣାରେ କରିବାର ସୁଯୋଗ କମ୍ପାନି ଦେଇଛି।

ଏହାବାଦ୍ ଏହି ପ୍ଲାନରେ ଗ୍ରାହକମାନେ ଜିଓରୁ ଜିଓ ମାଗଣା ଅନଲିମିଟେଡ୍ କଲ୍ କରିପାରିବା ସହିତ ୫ଶହ ମିନିଟ୍ ପାଇଁ ଅନ୍ୟ ନେଟୱର୍କକୁ ମାଗଣା କଲ୍ କରିପାରିବେ।

Comment