ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାକିସ୍ତାନରେ କ୍ଷୀର ଲିଟର ୧୪୦ ଟଙ୍କା। କରାଚୀରେ କ୍ଷୀର ଦର ସର୍ବାଧିକ ସ୍ତରରେ ପହଞ୍ଚିଥିବା ନେଇ ପାକିସ୍ତାନ ଗଣମାଧ୍ୟମରେ ପ୍ରକାଶ ପାଇଛି। ଏମିତିକି ପେଟ୍ରୋଲ ଓ ଡିଜେଲ ଦରଠାରୁ କ୍ଷୀର ଦର ଅଧିକ ହୋଇଛି।

ପେଟ୍ରୋଲ ଲିଟର ପିଛା ୧୧୩ ଟଙ୍କା ରେ ବିକ୍ରି ହେଉଥିଲା ବେଳେ କ୍ଷୀର ଲିଟର ପିଛା ୧୪୦ ଟଙ୍କାରେ ବିକ୍ରି ହେଉଛି।

ମହରମ କାରଣରୁ ସେଠାରେ କ୍ଷୀର ଦର ବଢ଼ିଥିବା କୁହାଯାଉଛି। ପୂର୍ବରୁ ମଧ୍ୟ ପାକିସ୍ତାନରେ ବକରୀଦ ଅବସରରେ ଏଭଳି ଦରଦାମ୍‌ ବୃଦ୍ଧି ଘଟିଥିଲା।  ଭାରତ ସହ ପାକ୍‌ ବାଣିଜ୍ୟିକ ସମ୍ପର୍କ କାଟିବା ପରେ ପାକିସ୍ତାନରେ ଟମାଟୋ କେଜି ୩୦୦ ଟଙ୍କା ଛୁଇଁଥିଲା।

Comment