ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆ ମୋଟର ଯାନ ଆଇନ ଅନୁଯାୟୀ ଟ୍ରାଫିକ୍ ନିୟମ ଉଲଙ୍ଘନ କରି ଲୋକେ ମୋଟା ଅଙ୍କର ଫାଇନ୍ ଗଣୁଛନ୍ତି। ବର୍ତ୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀରେ ଏକ ଟ୍ରକ୍ର ୨ ଲକ୍ଷ ୫୦୦ ଟଙ୍କା ଚାଲାଣ କଟିଛି। ତେବେ ଏହା ଦେଶର ସବୁଠାରୁ ବଡ଼ ଚାଲାଣ କଟାଯାଇଥିବା କୁହାଯାଉଛି।
ପ୍ରାଥମିକ ସୂଚନା ମୂତାବିକ, ଏହି ଟ୍ରକ୍ରେ ହରିୟାଣା ନମ୍ବର ପ୍ଲେଟ୍ ଲାଗିଥିଲା। ଏହି ଗାଡ଼ି ଡାଇଭରଙ୍କ ନାଁ ରାମ କିଷନ। ତେବେ ଟ୍ରକ ଓଭରଲୋଡିଂ କରି ଟ୍ରାଫିକ୍ ନିୟମ ଭାଙ୍ଗିଥିବାରୁ ତାଙ୍କୁ ୨ ଲକ୍ଷ ୫୦୦ ଟଙ୍କା ତଣ୍ଡ ଗଣିବାକୁ ପଡ଼ିଛି।
ଏହା ଦେଶରେ ଆଦୟ ହୋଇଥିବା ଫାଇନ୍ର ରେକର୍ଡ ଭାଙ୍ଗିଛି। ଏହା ପୂର୍ବରୁ ଦିଲ୍ଲୀରେ ଏକ ରାଜସ୍ଥାନୀ ଏକ ଟ୍ରକକୁ ଓଭରଲୋଡିଂ ପାଇଁ ୧ ଲକ୍ଷ ୪୧ ହଜାର ୭୦୦ ଟଙ୍କାର ଫାଇନ୍ ଭରିବାକୁ ପଡ଼ିଥିଲା।