ଓଡ଼ିଶାଲାଇଭ ବ୍ୟୁରୋ

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ୍ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯିବ। ଅକ୍ଟୋବର ୨ରୁ ଖେଳାଯିବାକୁ ଥିବା ଏହି ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯିବ।

ୱେଷ୍ଟଇଣ୍ଡିଜ୍ ଗସ୍ତରେ ଭାରତୀୟ ଦଳର ଚମତ୍କାର ଟେଷ୍ଟ ବିଜୟ ପରେ ଭାରତୀୟ ଦଳର ଆତ୍ମ ବିଶ୍ଵାସ ବଢ଼ିଛି। ତେବେ ଦଳରେ କୌଣସି ପରିବର୍ତ୍ତନ ହେବନି ବୋଲି ଜଣାପଡ଼ିଛି। ସେହି ଦଳକୁ ନେଇ ଟିମ୍‌ ପଡ଼ିଆକୁ ଓହ୍ଲାଇବାର ସମ୍ଭାବନ ଅଧିକ ରହିଛି।

ଦଳରେ ଓପନର ଭାବରେ ରୋହିତ ଶର୍ମା କିମ୍ବା ବେଙ୍ଗଲ ବ୍ୟାଟ୍ସମ୍ୟାନ୍ ଅଭିମନ୍ୟୁ ଇଶ୍ୱରନଙ୍କୁ ସ୍ଥାନ ମିଳିପାରେ। କ୍ରମାଗତ ଭାବେ ଟେଷ୍ଟ ଓପନର୍ କେ.ଏଲ୍.ରାହୁଲ ବିଫଳ ହୋଇଚାଲିଥିବାରୁ ତାଙ୍କ ସ୍ଥାନରେ ଏହି ଦୁଇଜଣଙ୍କ ଭିତରେ ଜଣକୁ ସ୍ଥାନ ମିଳିପାରେ। ସେହିପରି ୱେଷ୍ଟଇଣ୍ଡିଜ୍ ଗସ୍ତରେ ଦଳରେ ନଥିବା ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ଫେରିପାରନ୍ତି। ସେହିଭଳି ବୋଲିଂ ବିଭାଗରେ ମଧ୍ୟ ସେଭଳି କୌଣସି ବଡ଼ ପରବର୍ତ୍ତନ ଦେଖିବାକୁ ମିଳିବନି।

ବ୍ୟାଟିଂରେ ଓପନିଂ ଭାବରେ ଦଳ ରୋହିତ କିମ୍ବା ଅଭିମନ୍ୟୁ ଇଶ୍ୱରନଙ୍କ ସହ ମୟଙ୍କ ଅଗ୍ରୱାଲଙ୍କୁ ବାଛିପାରେ। ସେହିଭଳି ୩ ନମ୍ବରରେ ଚେତେଶ୍ୱର ପୂଜାରା, ୪ ନମ୍ବରରେ ଅଧିନାୟକ କୋହଲି ବ୍ୟାଟିଂର ଭାର ସମ୍ଭାଳିବେ। ସେହିଭଳି ମଧ୍ୟମକ୍ରମରେ ଆଜ୍ୟିଙ୍କା ରାହାଣେ ଓ ହନୁମା ବିହାରୀ ବ୍ୟାଟିଂର ଭାର ସମ୍ଭାଳିବେ।

ଅନ୍ୟପଟେ ଭାରତୀୟ ବୋଲିଂ ଲାଇନ୍ଅପ ମଧ୍ୟ ବେଶ୍ ସୁଦୃଢ଼ ରହିଛି। ସ୍ପିନ୍ ବୋଲିଂ ବିଭାଗରେ ରବୀନ୍ଦ୍ର ଜାଡେଜା, କୁଲଦୀପ୍ ଯାଦବ ଓ ରବିଚନ୍ଦ୍ରନ ଅଶ୍ୱିନୀଙ୍କୁ ନେଇ ବେଶ୍ ଶକ୍ତିଶାଳୀ। ଏଥିସହ ଜଶପ୍ରୀତ ବୁମରା, ମହମ୍ମଦ ଶାମି, ଇଶାନ୍ତ ଶର୍ମାଙ୍କୁ ନେଇ ଭାରୀତୟ ପେସ୍ ବାହିନୀ ବେଶ୍ ସନ୍ତୁଳିତ ହୋଇରହିବ ବୋଲି ଆଶା କରାଯାଉଛି।

Comment