ଓଡ଼ିଶାଲାଇଭ ବ୍ୟୁରୋ

ଦିଲ୍ଲୀସ୍ଥିତ ଫିରୋଜ ଶାହ କୋଟଲା ଷ୍ଟାଡିୟମର ନାଁ ପରିବର୍ତ୍ତନ କରାଯାଇ ଅରୁଣ ଜେଟଲୀ ଷ୍ଟାଡିୟମ ରଖାଯାଇଛି। ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ ସଂଘ ଏହି ନିଷ୍ପତ୍ତି ନେଇଥିଲେ। ତେବେ ଗୁରୁବାର ଏକ ସମାରୋହରେ ଏହାକୁ ପରିବର୍ତ୍ତନ କରାଯାଇଛି।

ଏହାସହ ଷ୍ଟାଡିୟମରେ ଏକ ଷ୍ଟାଣ୍ଡର ନାମ ବିରାଟ କୋହଲି ରଖାଯାଇଛି। ଏହାକୁ ନିଜେ ବିରାଟ ଉଦଘାଟନ କରିଛନ୍ତି। ଏହି ଅବସରରେ ଟିମ୍‌ ଇଣ୍ଡିଆର କୋଚଙ୍କ ସମେତ ଅନ୍ୟ ଖେଳାଳି ମଧ୍ୟ ଉପସ୍ଥିତ ରହିଥିଲେ। ତେବେ ଆସନ୍ତୁ ଜାଣିବା ଫିରୋଜ ଶାହ କିଏ? ଯାହାଙ୍କ ନାମରେ ହୋଇଥିଲା ଫିରୋଜ ଶାହ କୋଟଲା ଷ୍ଟାଡିୟମ।

କିଏ ଫିରୋଜ ଶାହ?

ଫିରୋଜ ଶାହ ତୁଗଲକ ଦିଲ୍ଲୀର ତୁଗଲକ ବଂଶର ଶାସକ ଥିଲେ। ତାଙ୍କ ଜନ୍ମ ୧୩୦୯ ମସିହାରେ ହୋଇଥିଲା। ୪୫ ବର୍ଷ ବୟସରେ ସେ ଶାସନ ଗାଦିରେ ବସିଥିଲେ। ତାଙ୍କ ଶାସନ କାଳରେ ସେ ଦିଲ୍ଲୀରେ ଚାନ୍ଦି ପଇସାର ପ୍ରଚଳନ କରିଥିଲେ। ନିଜ ପୂର୍ବଜମାନେ କରିଥିବା ସବୁ ନିୟମକୁ ମଧ୍ୟ ଫିରୋଜ ଶାହ ବନ୍ଦ କରିଦେଇଥିଲେ। ଫିରୋଜ ଶାହ ନିଜ ପୁଅ ଫତେ ଖାନ୍‌ଙ୍କ ଜନ୍ମ ଅବସରରେ ଫତେବାଦ ସହର ନିର୍ମାଣ କରିଥିଲେ।

ଫିରୋଜାବାଦ ଦିଲ୍ଲୀର ପଞ୍ଚମ ସହର ଭାବେ ପରିଚିତ। ଫିରୋଜ ଶାହଙ୍କ ଶାସନ କାଳରେ ଦାସଙ୍କ ସଂଖ୍ୟା ୧ଲକ୍ଷ ୮୦ ହଜାର ରହିଥିଲା। ତେଣୁ ତାଙ୍କ ଦେଖାଶୁଣା କରିବାକୁ ଦେଓ୍ଵାନ-ଇ-ବନ୍ଦଗାନର ସ୍ଥାପନା ହୋଇଥିଲା। ଫିରୋଜ ଶାହାଙ୍କ ଶାସନ କାଳରେ ଦିଲ୍ଲୀରେ ଅନେକ ମସଜିଦ ତିଆରି ହୋଇଛି।

Comment