ଓଡ଼ିଶାଲାଇଭ ବ୍ୟୁରୋ

ସିବିଆଇ ଦ୍ଵାରା ଗିରଫ ହେବା ପରେ ଜାମିନ ଆବେଦନ କରିଛନ୍ତି ଓସିଏ ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା। ସ୍ଵାସ୍ଥ୍ୟବସ୍ଥା ଖରାପ ଦର୍ଶାଇ ସେ ଜାମିନ ଆବେଦନ କରିଛନ୍ତି। ତାଙ୍କ ସହ ଗିରଫ ହୋଇଥିବା ହୋଟେଲ ମାଲିକ କମଳାକାନ୍ତ ଦାସ ମଧ୍ୟ ଜାମିନ ଆବେଦନ କରିଛନ୍ତି।

ଚିଟ୍‌ଫଣ୍ଡ ଠକେଇ ମାମଲାରେ ତାଙ୍କୁ ଆଜି ସକାଳେ କଟକସ୍ଥିତ ବାସଭବନରୁ ସିବିଆଇ ଗିରଫ କରିଛି। ତେବେ ପୂର୍ବରୁ ମଧ୍ୟ ଚିଟ୍‌ଫଣ୍ଡ ମାମଲା ଆଶୀର୍ବାଦଙ୍କୁ ପୂର୍ବରୁ ଏକାଧିକ ଥର ଜେରା କରାଯାଇଛି।

କିଛି ଦିନ ତଳେ ସିବିଆଇ ପ୍ରାଥମିକ ଚାର୍ଜସିଟ୍‌ କୋର୍ଟରେ ଦାଖଲ କରିଥିଲା। ଆଶୀର୍ବାଦଙ୍କ ସହ ଅନ୍ୟ ଦୁଇ ଜଣଙ୍କ ନାମରେ ସିବିଆଇ ଚାର୍ଜସିଟ୍‌ ଦାଖଲ କରିଥିଲା। ଅନ୍ୟ ଦୁଇ ଜଣ ହେଲେ ହୋଟେଲ ମାଲିକ କମଳାକାନ୍ତ ଦାସ ଓ ଏଟି ଗ୍ରୁପ୍‌ ଅନ୍ୟତମ ନିର୍ଦ୍ଦେଶକ ସମ୍ବିତ ଖୁଣ୍ଟିଆ। ସମ୍ବିତଙ୍କୁ ୨୦୧୪ ଅଗଷ୍ଟ ୧୬ରେ ଖୋର୍ଦ୍ଧା ବାଟମଙ୍ଗଳା ହାଉସିଂବୋର୍ଡରେ ଥିବା ତାଙ୍କ ଘରୁ ସିବିଆଇ ଗିରଫ କରିଥିଲା।

Comment