ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ୱଦେଶୀ ବିମାନ ତେଜସରେ ଉଡ଼ିଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ। ବେଙ୍ଗାଳୁରୁସ୍ଥିତ ହାଲ ବିମାନବନ୍ଦରରେ ପାଇଲଟଙ୍କ ସହ ବିମାନରେ ବସି ଗୁରୁବାର ଉଡ଼ାଣ ଭରିଛନ୍ତି ରାଜନାଥ ସିଂହ। ତେଜସ ବିମାନ ଉଡ଼ିବାରେ ସେ ହେଉଛନ୍ତି ପ୍ରଥମ ପ୍ରତିରକ୍ଷା ମନ୍ତ୍ରୀ।

ନ୍ୟାସ୍‌ନାଲ୍‌ ଫ୍ଲାଇଟ୍‌ ଟେଷ୍ଟ୍‍ ସେଣ୍ଟର୍‌ର ପ୍ରୋଜେକ୍ଟ୍‌ ଡାଇରେକ୍ଟର୍‌ (ଫ୍ଲାଇଟ୍‌ ଟେଷ୍ଟ୍‍) ଏୟାର୍‌ ଭାଇସ୍‌ ମାର୍ସାଲ୍‌ ନର୍ମଦେଶ୍ୱର ତିଓ୍ଵାରି ଏହି ବିମାନକୁ ଚଳାଇଥିଲେ।

ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧ ବିମାନ ହେଉଛି ତେଜସ୍‌। ଏହା ହେଲା ବିଶ୍ୱର ସବୁଠୁ ହାଲୁକା ଯୁଦ୍ଧ ବିମାନ। ଏହି ବିମାନରେ ମଲ୍ଟି ରାଡାର ସିଷ୍ଟମ ରହିଛି।

ଭାରତୀୟ ବାୟୁସେନା ପାଇଲଟଙ୍କ ତାଲିମ ପାଇଁ ଏହାକୁ ପ୍ରସ୍ତୁତ କରିଛି। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ)ର ଫାଇନାଲ ଅପରେସନ କ୍ଲିୟରାନ୍ସ ଦ୍ୱାରା ତେଜସ୍‌ ଫାଇଟର ଜେଟକୁ ୨୦୧୯ ଫେବୃୟାରୀ ୨୧ରେ ମଞ୍ଜୁରୀ ମିଳିଥିଲା।

Comment