ଓଡ଼ିଶାଲାଇଭ୍‌ ବ୍ୟୁରୋ

ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ବେଙ୍ଗାଳୁରୁରେ ଅନୁଷ୍ଠିତ ହେଉଥିବା ଏରୋ ଇଣ୍ଡିଆ ଏୟାର ଶୋ’ରେ ଅଂଶ ଗ୍ରହଣ କରିଛନ୍ତି। ଲଢ଼ୁଆ ବିମାନ ତେଜସରେ ସିନ୍ଧୁ ଉଡ଼ାଣ ଭରିଛନ୍ତି।

ନୀଳ ରଙ୍ଗର ପୋଷାକରେ ତେଜସର ସହଯୋଗୀ ପାଇଲଟ ଭାବେ ବିମାନରେ ଚଢ଼ିଥିଲେ ସିନ୍ଧୁ। ତେବେ ପୂର୍ବରୁ ହିଁ ପିଭି ସିନ୍ଧୁ ଏୟାର ଶୋ’ରେ ଅଂଶ ଗ୍ରହଣ କରିବେ ବୋଲି ଘୋଷଣା ହୋଇଥିଲା।

ସିନ୍ଧୁଙ୍କ ପୂର୍ବରୁ ସ୍ଥଳ ସେନା ମୁଖ୍ୟ ବିପିନ ରାୱତ ଏୟାର ଶୋ’ରେ ଭାଗ ନେଇଥିଲେ। ରାୱତ ତେଜସ୍‌ରେ ଗୁରୁବାର ଉଡ଼ାଣ ଭରିଥିଲେ। ଫେବ୍ରୁଆରି ୨୦ରୁ ଆରମ୍ଭ ହୋଇଥିଲା ଏହି ଶୋ’। ଫେବ୍ରୁଆରି ୨୪ରେ ସରିବ।

ଚାରି ଦିନ ତଳେ ଏୟାର ଶୋ ଅଭ୍ୟାସ ବେଳେ ଦୁର୍ଘଟଣା ଘଟିଥିଲା। ଶନିବାର ମଧ୍ୟ ଏୟାର ଶୋରେ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଶୋ’ ଚାଲିଥିଲାବେଳେ କାର୍‌ ପାର୍କିଂରେ ନିଆଁ ଲାଗି ୧୦୦ରୁ ଅଧିକ କାର ଜଳିଯାଇଛି।

Comment