ଓଡ଼ିଶାଲାଇଭ ବ୍ୟୁରୋ

ଭାରତୀୟ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ଇତିହାସ ରଚିଛନ୍ତି। ସେ ବିଶ୍ଵ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନସିପ୍‌ ଜିତି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି ଚାମ୍ପିୟସିପ ଜିତିବାରେ ସେ ପ୍ରଥମ ଭାରତୀୟ ଭାବେ ଇତିହାସ ସୃଷ୍ଟି କରିଛନ୍ତି। ଫାଇନାଲରେ ଜାପାନର ନୋଜମି ଓକୁହାରାଙ୍କୁ ହରାଇଥିଲେ।

ଫାଇନାରେ ସେ ଓକୁହାରାଙ୍କୁ ୨୧-୭, ୨୧-୭ ରେ ହରାଇ ଟାଇଟଲ ହାସଲ କରିଛନ୍ତି। ବିଶ୍ଵ ବ୍ୟାଡ୍‌ମିଣ୍ଟନରେ ସେ ପୂର୍ବରୁ ସେ ୨ଟି ବ୍ରୋଞ୍ଚ ଓ ୨ଟି ରୌପ୍ୟ ପଦକ ଜିତିଥିଲେ। ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପି ଭି ସିନ୍ଧୁ ପୁଣି ଥରେ ଆମ ଦେଶ ପାଇଁ ଗୌରବ ଆଣି ଦେଇଛନ୍ତି। ସ୍ୱିଜଲ୍ୟାଣ୍ଡରେ ଚାଲୁଥିବା ବିଡବ୍ଲୁଏଫ ବ୍ୟାଡମିଣ୍ଟନ ୱାର୍ଲଡ ଚାମ୍ପିୟନସିପ ୨୦୧୯ରେ ସିନ୍ଧୁ ଫାଇନାଲରେ ନିଜ ସ୍ଥାନ ପକ୍କା କରିବା ସହ ଟାଇଟଲ ହାସଲ କରିଛନ୍ତି।

ଚୀନର ଚେନ୍‌-ୟୁ-ଫେଇଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ ସିନ୍ଧୁ। ବ୍ୟାଡମିଣ୍ଟନ ୱାର୍ଲଡ ଚାମ୍ପିୟନସିପର ଭାରତର ପୁରଷ ଏବଂ ମହିଳା ବର୍ଗରେ ଆଜି ପର୍ଯ୍ୟନ୍ତ କେହି ଗୋଲ୍ଡ ମେଡାଲ ପାଇନଥିଲେ। ତେବେ ଏହି ଟାଇଟଲ ହାସଲ କରିବାରେ ସେ ପ୍ରଥମ ଭାରତୀୟ।

Comment