ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟି୨୦ ସିରିଜର ବୁଧବାର ଦ୍ଵିତୀୟ ମ୍ୟାଚ ଖେଳାଯିବ। ବେଙ୍ଗଳୁରୁର ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ।

ତେବେ ଆଜିର ମ୍ୟାଚ ଭାରତ ପାଇଁ ଗୁରୁତ୍ଵପୂର୍ଣ୍ଣ ରହିଛି, କାରଣ ଦୁଇ ମ୍ୟାଚ ବିଶିଷ୍ଟ ଏହି ସିରିଜିରେ ପ୍ରଥମ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଛି। ଯଦି ଆଜିର ମ୍ୟାଚ ଭାରତ ଜିତେ ତେବେ ସିରିଜ ବରାବର ରହିବ।

ପ୍ରଥମ ମ୍ୟାଚରେ ଭାରତ ପରାସ୍ତ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ଭାରତ ମାତ୍ର ୧୨୬ ରନ କରିଥିଲା। ଅଷ୍ଟ୍ରେଲିଆ ତିନି ଓଭର ଭିତରେ ଦୁଇଟି ୱିକେଟ୍ ହରାଇବା ସତ୍ତ୍ବେ ବିଜୟ ହୋଇଥିଲା।

ଆଜିର ମ୍ୟାଚରେ ଯଦି ଭାରତ ପରାସ୍ତ ହୁଏ ତେବେ ଭାରତ ସିରିଜ ହାତଛଡ଼ା କରିବ।

Comment