ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ତାଙ୍କ କଟକ ବାସଭବନରୁ ସିବିଆଇ ଗିରଫ କରିଛି। ଚିଟ୍‌ଫଣ୍ଡ ସଂସ୍ଥା ସହ ଲିଙ୍କ୍‌ ଥିବା ଅଭିଯୋଗରେ ସିବିଆଇ ତାଙ୍କୁ ଗିରଫ କରିଛି।

ତାଙ୍କ ସହ ହୋଟେଲ ମାଲିକ କମଳାକାନ୍ତ ଦାସଙ୍କୁ ମଧ୍ୟ ସିବିଆଇ ଗିରଫ କରିଛି। ଉଭୟଙ୍କୁ ଚିଟ୍‌ଫଣ୍ଡ ମାମଲାରେ ଗିରଫ କରାଯିବା ନେଇ ଜଣାପଡ଼ିଛି। ପାଖାପାଖି ୧୦ରୁ ୧୨ ଜଣିଆ ସିବିଆଇ ଟିମ୍‌ ଆଶୀର୍ବାଦଙ୍କ ବାସଭବନରେ ରେଡ୍‌ କରିଥିଲେ। ବହୁ ସମୟ ଜେରା କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା।

ପୂର୍ବରୁ ଚିଟ୍‌ଫଣ୍ଡ ମାମଲାରେ ଛନ୍ଦି ହୋଇ ଏକାଧିକ ଥର ଜେରା କରାଯାଇଥିଲା।

କିଛି ଦିନ ତଳେ ସିବିଆଇ ପ୍ରାଥମିକ ଚାର୍ଜସିଟ୍‌ କୋର୍ଟରେ ଦାଖଲ କରିଥିଲା। ଆଶୀର୍ବାଦଙ୍କ ସହ ଅନ୍ୟ ଦୁଇ ଜଣଙ୍କ ନାମରେ ସିବିଆଇ ଚାର୍ଜସିଟ୍‌ ଦାଖଲ କରିଥିଲା। ଅନ୍ୟ ଦୁଇ ଜଣ ହେଲେ ହୋଟେଲ ମାଲିକ କମଳାକାନ୍ତ ଦାସ ଓ ଏଟି ଗ୍ରୁପ୍‌ ଅନ୍ୟତମ ନିର୍ଦ୍ଦେଶକ ସମ୍ବିତ ଖୁଣ୍ଟିଆ। ସମ୍ବିତଙ୍କୁ ୨୦୧୪ ଅଗଷ୍ଟ ୧୬ରେ ଖୋର୍ଦ୍ଧା ବାଟମଙ୍ଗଳା ହାଉସିଂବୋର୍ଡରେ ଥିବା ତାଙ୍କ ଘରୁ ସିବିଆଇ ଗିରଫ କରିଥିଲା।

ଗିରଫ ପରେ ଆଶୀର୍ବାଦ ପ୍ରତିକ୍ରିୟା ରଖି କହିଥିଲେ, ‘‘ସମସ୍ତେ ଜାଣିଛନ୍ତି ମତେ କ’ଣ ପାଇଁ ଗିରଫ କରାଯାଇଛି। ମତେ ଚାର୍ଜସିଟ୍‌ ଦାଖଲ କରାଯାଇଥିଲା କିନ୍ତୁ ସମନ ଦିଆଯାଇ ନଥିଲା। ହଠାତ୍‌ ଗିରଫ କରଯାଉଛି।’’

କିନ୍ତୁ କମଳାକାନ୍ତ ଓ ଆଶୀର୍ବାଦ କେବଳ ଜେରାର ସମ୍ମୁଖୀନ ହୋଇଥିଲେ। ପୂର୍ବରୁ ଏହି ମାମଲାରେ ୮ଟି କମ୍ପାନି ଓ ୩୩ଜଣ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ୬ ଚାର୍ଜଶିଟ୍‌ ସହ ୪ଟି ଅତିରିକ୍ତ ଚାଜଶିଟ୍‌ ଦାଖଲ କରିସାରିଛି।

ପୂର୍ବରୁ ଅର୍ଥତତ୍ଵ ମାମଲାରେ ପ୍ରଦୀପ ସେଠୀଙ୍କୁ ଗିରଫ କରାଯାଇଥିଲା।

Comment