ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: କଟକ ବଜ୍ରକବାଟୀ ରୋଡ୍‌ସ୍ଥିତ ବିଏସ୍‌ଏନ୍‌ଏଲ୍ ଅଫିସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବିଏସ୍‌ଏନ୍‌ଏଲ୍ ଅଫିସର ଚତୁର୍ଥ ମହଲାରେ ଏହି  ନିଆଁ ଲାଗିଥିବା ଜଣାପଡ଼ିଛି।

ନିଆଁ ଲାଗିବା ଯୋଗୁ କଟକରେ ବିଏସ୍‌ଏନ୍‌ଏଲ୍ ସେବା ଠପ୍ ହୋଇଛି। ପାଞ୍ଚଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛନ୍ତି। ବିଏସ୍‌ଏନ୍‌ଏଲ୍ ଅଫିସର ସମସ୍ତ କର୍ମଚାରୀ ବାହାରକୁ ପଳାଇଆସିଛନ୍ତି। ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।

ଧୂଆଁରେ ବିଏସ୍‌ଏନ୍‌ଏଲ୍‌ ଅଫିସର କାଚ ଭାଙ୍ଗି ଯିବାରୁ ଜଣେ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି।

Comment